କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି ହୋଇ ଆନ୍ଧ୍ର ଗୋ ବ୍ୟାକ୍‌, ଆନ୍ଧ୍ର ଦାଦାଗିରି ଚଳିବ ନାହିଁ ନାରା ଦେଇଥିଲେ। ଓଡ଼ିଶାର ବିରୋଧ ଆଗରେ ଆନ୍ଧ୍ର ମୁଣ୍ଡ ନୁଆଁଇ ନେରିଡ଼ିବାଲସାରେ ବୁଥ୍‌ କରୁ ନ ଥିବା ଜଣାପଡ଼ିଛି। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଭୋଟ ନେବାପାଇଁ ଆନ୍ଧ୍ର ନେରିଡ଼ିବାଲସାରୁ ୧ କି.ମି. ଦୂରରେ ରହିଥିବା ସାରିକି ପଞ୍ଚାୟତରେ ବୁଥ୍‌ କରାଇଛି। ନେରେଡ଼ିବାଲସାରେ ରାଜନୈତିକ ଦଳ ସୀମା ଜଗି ରହିଥିବା ବେଳେ ଆନ୍ଧ୍ର ନିଜ ଦାଣ୍ଡିଗ୍ରାମରେ ଭୋଜିଭାତ ଆସର ମାଧ୍ୟମରେ କୋଟିଆ ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠିକରି ନିଜର ଭୋଟ ହାତେଇବା ପ୍ରୟାସ ଜାରି ରଖିଛି। ରାଜନୈତିକ ଦଳଗୁଡ଼ିକ ସୀମା ଜଗି ବସିଥିବାବେଳେ ଗଳାବାଟ ଦେଇ ଆନ୍ଧ୍ରକୁ ଭୋଟ ଦେବାକୁ ସୀମାନ୍ତ ଗ୍ରାମବାସୀ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନେରେଡ଼ିବାଲସାରେ ଲଗାଯାଇଥିବା ଓଡ଼ିଶା ପୋଲିସ ବ୍ୟାରିକେଡକୁ ଆନ୍ଧ୍ର ପୋଲିସ ସହାୟତାରେ ମଙ୍ଗଳବାର ଗ୍ରାମବାସୀ ନେଇଯାଇଥିଲେ। ସେ ସବୁକୁ ଓଡ଼ିଶା ପୋଲିସ ପକ୍ଷରୁ ବୁଧବାର ଜଙ୍ଗଲରୁ ଠାବ କରାଯାଇ ସୀମାନ୍ତ ଗ୍ରାମରେ ଲଗାଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ ନେରେଡ଼ିବାଲସାରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପୁ ଭତ୍ରା, ଭାଜପା ପୂର୍ୱତନ ଜିଲା ସଭାପତି ସୁମନ୍ତ ପ୍ରଧାନ, ଭାଜପା ଜିଲା ସଭାପତି ଶିବ ମୁଦୁଲି, ସୁନାବେଡ଼ା ଏନ୍‌ଏସି ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ବିଜେଡି ଜିଲା ସଭାପତି ଝୀନ ହିକ୍‌କା, ନବରଙ୍ଗପୁର ପୂର୍ୱତନ ଏମ୍‌ପି ପ୍ରଦୀପ ମାଝୀ, ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ପୂର୍ୱତନ ବିଧାୟକ ରଘୁରାମ ପଡ଼ାଲ, ପିତମ ପାଢ଼ୀ, ପ୍ରଫୁଲ୍ଲ ପାଙ୍ଗୀ, କଂଗ୍ରେସ ଜିଲା ସଭାପତି ରୂପକ ତୁରୁକ୍‌, ବ୍ଲକ୍‌ ସଭାପତି, ଜିଲା ପରିଷଦ ସଦସ୍ୟ, କର୍ମୀ ପ୍ରମୁଖ ପହଞ୍ଚତ୍ଥିଲେ। କୋଟିଆ ମାଟି ଓଡ଼ିଶାରେ ରହିଛି, ରହିଥିବ ବୋଲି ସେମାନେ କହିଥିଲେ। ଅପରାହ୍ନ ୫ଟାରେ ଆନ୍ଧ୍ର ପ୍ରଦେଶ ପାର୍ୱତୀପୁରମ୍‌ ମାନ୍ୟାମ୍‌ ଜିଲା ଉପଜିଲାପାଳ ସଚିନ୍‌ ରାହାର, ଡେପୁଟି କଲେକ୍ଟର ଭଇସାଲିଙ୍କ ସମେତ ଅନ୍ୟ ଅଧିକାରୀ ନେରେଡ଼ିବାଲସା ସୀମାନ୍ତରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ କୋଟିଆ ପଞ୍ଚାୟତ ନୋଡାଲ ଅଧିକାରୀ ଉପଜିଲାପାଳ ଫାବି ରସିଦ୍‌, ଏଡିଏମ୍‌ ତପନ ନାୟକ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍‌, କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସମେତ ଜିଲାର ଅନ୍ୟ ପଦାଧିକାରଙ୍କ ସହ ଆଲୋଚନା କରିଥିଲେ। ପୂର୍ୱରୁ ନେରେଡ଼ିବାଲସାରେ ଆନ୍ଧ୍ର ବୁଥ୍‌ କରିବାର ଥିଲା। କିନ୍ତୁ ଯଦି ଏଠାରେ ମତଦାନ କେନ୍ଦ୍ର କରାଇଦେବେ ନାହିଁ ତା’ହେଲେ ଲିଖିତି ଆକାରରେ ଦେବାକୁ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶା ଅଧିକାରୀଙ୍କୁ କହିଥିଲେ। ଏହା ଆମ ନିୟମ ବାହାରେ କହି ଓଡ଼ିଶା ଅଧିକାରୀମାନେ ମନା କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ୩ ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀ ଗୋ ବ୍ୟାକ୍‌ ଆନ୍ଧ୍ର ନାରା ଦେଇଥିଲେ। ଏହାପରେ ଆନ୍ଧ୍ର ଅଧିକାରୀମାନେ ସେଠାରୁ ପଳାଇଥିଲେ। ଗୁରୁବାର ପର୍ଯ୍ୟନ୍ତ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ଉପସ୍ଥିତ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ନେତା ଓ କର୍ମୀ ଏବଂ ସାଧାରଣ ଲୋକେ ଏକାଠି ହୋଇ ଲଢ଼େଇ କରିବାରୁ ଆନ୍ଧ୍ର ପଛଘୁଞ୍ଚା ଦେଇଥିବା ଉପଜିଲାପାଳ କହିଛନ୍ତି। କୋଟିଆ ଏବଂ ସୀମାନ୍ତ ଗ୍ରାମରେ ଜଗିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ୍‌ରୁ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ସେପଟେ କୋଟିଆ ପଞ୍ଚାୟତର ଉପରସେମ୍ୱିକୁ ବିଜେଡି ନେତାମାନେ ଯାଇ ସେଠାରେ ପୂର୍ୱରୁ ମୁତୟନ ଆନ୍ଧ୍ର ପୋଲିସକୁ ଓଡ଼ିଶା ସୀମା ଭିତରୁ ବାହାରିଯିବା ପାଇଁ ତାଗିଦ୍‌ କରିଥିଲେ। ଯାହାକୁ ନେଇ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଜେଡି ନେତାମାନେ ସେଠାରେ ତେଲୁଗୁରେ ଲେଖା ବୋର୍ଡଗୁଡିକକୁ ହଟାଇ ଦେଇଥିବା ଜଣାପଡ଼ିଛି।

  • Related Posts

    ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି: ଭକ୍ତ

    ଭୁବନେଶ୍ୱର: ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି। ଯଥେଷ୍ଟ ପୂର୍ବରୁ ବାତ୍ୟା ଓ ବନ୍ୟାର ସୂଚନା ଦିଆଯାଇଥିଲେ ମଧ୍ୟ ଡ୍ୟାମଗୁଡ଼ିକରୁ ପାଣି ଠିକ୍ ସମୟରେ ନିଷ୍କାସନ କଲେନାହିଁ ଓ ଲକ୍ଷଲକ୍ଷ ଲୋକଙ୍କୁ ଦୁର୍ଗତି ଭିତରକୁ ଠେଲିଦେଲେ। ମୁଖ୍ୟମନ୍ତ୍ରୀ…

    Continue reading
    ନିଜ ଦାୟିତ୍ୱ ନିର୍ବାହ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ଭୁବନେଶ୍ୱର: କୋଟିଆରେ ନିର୍ବାଚନ କରିବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର । ଲୋକଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବାକୁ ବସିଛି ଆନ୍ଧ୍ର । ସୀମା ବିବାଦକୁ ନେଇ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି