ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି: ଭକ୍ତ

ଭୁବନେଶ୍ୱର: ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି। ଯଥେଷ୍ଟ ପୂର୍ବରୁ ବାତ୍ୟା ଓ ବନ୍ୟାର ସୂଚନା ଦିଆଯାଇଥିଲେ ମଧ୍ୟ ଡ୍ୟାମଗୁଡ଼ିକରୁ ପାଣି ଠିକ୍ ସମୟରେ ନିଷ୍କାସନ କଲେନାହିଁ ଓ ଲକ୍ଷଲକ୍ଷ ଲୋକଙ୍କୁ ଦୁର୍ଗତି ଭିତରକୁ ଠେଲିଦେଲେ। ମୁଖ୍ୟମନ୍ତ୍ରୀ ନିଜେ ଯେଉଁଯେଉଁ ବିଭାଗର ଦାୟିତ୍ବରେ ଅଛନ୍ତି, ସେହି ବିଭାଗଗୁଡ଼ିକର ପ୍ରଦର୍ଶନ ନୈରାଶ୍ୟଜନକ। ଜଳସମ୍ପଦ ଓ ଗୃହ ବିଭାଗର କାର୍ୟ୍ୟଧାରା ଦେଖିଲେ ଏହା ସ୍ପଷ୍ଟ ହେଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବୁଧବାର କଂଗ୍ରେସ ଭବନରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ଜଳସମ୍ପଦ ବିଭାଗର ଯେଉଁ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ପାଇଁ ଗଂଜାମ, ଗଜପତି ଓ କନ୍ଧମାଳବାସୀଙ୍କୁ ଦୁର୍ଗତିକୁ ଠେଲିଦିଆହୋଇଛି, ବିଭାଗୀୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ କରନ୍ତୁ। ଏବେ ରାଜ୍ୟ ଯେଉଁ ଦୁଇଗୋଟି ଦୁର୍ଗତିର ସମ୍ମୁଖୀନ ହୋଇଛି, ମନ୍ତ୍ରୀମାନେ ସବୁ କାମ ଛାଡ଼ି ଗ୍ରାଉଣ୍ଡରେ ରହନ୍ତୁ ବୋଲି ଶ୍ରୀ ଦାସ କହିଥିଲେ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବିଷୟରେ ଶ୍ରୀ ଦାସ କହିଥିଲେ, ସରକାର ଯାହା ଦେବାପାଇଁ ଘୋଷଣା କରିଛନ୍ତି ତାହା ଅତ୍ୟନ୍ତ ନଗଣ୍ୟ। ଏକର ପିଛା ଅତି କମ୍‌ରେ ଯଦି ୨୦ କ୍ବିଣ୍ଟାଲ ଧାନ ଅମଳ ହିସାବ କରାଯାଏ, ପ୍ରଚଳିତ ଏମଏସପି ଅନୁସାରେ ଅନ୍ତତଃ ଚାଷୀକୁ ୬୨ ହଜାର ଟଙ୍କା ମିଳିବା କଥା। ମାତ୍ର ସରକାର ମାତ୍ର ୮,୫୦୦ ଟଙ୍କାରେ ଭୂତେଇଦେଇଛନ୍ତି। ଯେଉଁ ଅନ୍ନଦାତା ସବୁକିଛି ହରାଇଛି, ତାକୁ ୫୦ ପ୍ରତିଶତ କ୍ଷତିପୂରଣ ଦେବାପାଇଁ ମଧ୍ୟ ଏ ନିର୍ଦ୍ଦୟ ସରକାର ମନ ବଳାଉନାହାନ୍ତି କିପରି ବୋଲି ସେ ପ୍ରଶ୍ନ କରିଥିଲେ।

କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ମନମାନୀ ଓ ଓଡ଼ିଶା ସରକାରଙ୍କ ଅପାରଗତା ବିଷୟରେ ପ୍ରଶ୍ନ ହେଲାରୁ ଶ୍ରୀ ଦାସ କହିଥିଲେ, ଆମେ ରାଜ୍ୟ ଓ ରାଜ୍ୟବାସୀଙ୍କ ସହ ଅଛୁ। ପୂର୍ବର ବିଜେଡି ସରକାରର ଅପାରଗତା ଓ ଏବର ବିଜେପି ସରକାରର ନିଷ୍କ୍ରିୟତା ପାଇଁ ଆଜିର କଠିନ ପରିସ୍ଥିତି କୋଟିଆରେ ସୃଷ୍ଟି ହୋଇଛି। କଂଗ୍ରେସ ଦଳ ପକ୍ଷରୁ କୋଟିଆରେ ପ୍ରଥମେ ଆନ୍ଧ୍ରକୁ ବିରୋଧ କରି କାର୍ୟ୍ୟକ୍ରମ କରାଯିବାରୁ ସରକାର ଚେଇଁଲେ ଓ ଯଥେଷ୍ଟ ବିଳମ୍ବରେ ଏବେ ଟିକେ ଦୃଢ ହେବାପରି ମନେ ହେଉଛି। କୋଟିଆ ପ୍ରସଙ୍ଗରେ ବିଜେଡି ୨୪ ବର୍ଷ ଶୋଇଥିଲା, ବିଜେପି ଅଢ଼େଇ ବର୍ଷ ଶୋଇଲା; କଂଗ୍ରେସ ଏମାନଙ୍କୁ ଉଠାଇଲା। ବିଜେଡି ସରକାର ସୁପ୍ରିମକୋର୍ଟରେ ଠିକ୍ ଭାବେ ମାମଲା ପରିଚାଳନା କରିପାରିଲେ ନାହିଁ। ଏବେ ବିଜେପିର ପାଳି। ସ୍ଥିତାବସ୍ଥା ରକ୍ଷା ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ଭାବେ ପାଳନ କରାଇବା ଡବଲ ଇଂଜିନ ସରକାରର ଦାୟିତ୍ବ। ରାଜ୍ୟ ଏପରି ଏକ ସଂକଟର ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଥିଲେ।

ସାମ୍ବାଦିକମାନଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଲେ, ଏ ସରକାର କେବଳ ପୁଂଜିପତିମାନଙ୍କର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ। ରାଜ୍ୟର ଖଣିଖାଦାନ ଉପରେ ଡବଲ ଇଂଜିନ ସରକାରର ଆଖି। ସେଥିପାଇଁ ସେମାନେ ବଡ଼ବଡ଼ ଶିଳ୍ପପତିମାନଙ୍କୁ ଡାକି ଶାଗମାଛ ଦରରେ ରାଜ୍ୟର ବହୁମୂଲ୍ୟ ଖଣିଖାଦାନକୁ ଟେକିଦେଉଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ। ଯେଉଁ ବିସ୍ଥାପିତଙ୍କୁ ଲୁହରେ ଏହି ପୁଂଜିପତିମାନଙ୍କୁ ପରିପୁଷ୍ଟ କରାଯାଉଛି, ପ୍ରଥମେ ସେହି ବିସ୍ଥାପିତଙ୍କ କଥା ନ ବୁଝିଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ।

  • Related Posts

    କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

    ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି ହୋଇ ଆନ୍ଧ୍ର ଗୋ ବ୍ୟାକ୍‌, ଆନ୍ଧ୍ର ଦାଦାଗିରି ଚଳିବ ନାହିଁ ନାରା ଦେଇଥିଲେ। ଓଡ଼ିଶାର ବିରୋଧ ଆଗରେ…

    Continue reading
    ନିଜ ଦାୟିତ୍ୱ ନିର୍ବାହ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ଭୁବନେଶ୍ୱର: କୋଟିଆରେ ନିର୍ବାଚନ କରିବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର । ଲୋକଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବାକୁ ବସିଛି ଆନ୍ଧ୍ର । ସୀମା ବିବାଦକୁ ନେଇ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି