କୌଣସି ଲୋକ କେବେ ଅଦରକାରୀ ହୁଅନ୍ତିନି:ମନମୋହନ ସାମଲ

ଭୁବନେଶ୍ୱର: କୌଣସି ଲୋକ କେବେ ଅଦରକାରୀ ହୁଅନ୍ତିନି। ସମସ୍ତଙ୍କ ଉପଯୋଗୀତା ରହିଛି । କୋଉଁଠି ଭଲ ବାଇଗଣ ମିଳୁଛି ସେମାନେ ଭଲ ବାଇଗଣ ନିଅନ୍ତୁ। ଆମେ ସେଇ ପୋକା ବାଇଗଣ ନେଇ ଦଳ ଗଢ଼ିବୁ। ମିଶ୍ରଣ ପର୍ବ ଏକ ନିରନ୍ତର ପ୍ରକ୍ରିୟା । ନିର୍ବାଚନ ଆଗରୁ ଏବଂ ପରେ ଲଗାତାର ଦଳରେ ଅନେକ ନେତା ଯୋଗ ଦେଉଛନ୍ତି। ଦଳର ଆଦର୍ଶକୁ ଦେଖି ଆସ୍ଥା ପ୍ରକଟ କରୁଛନ୍ତି ।ବିଶ୍ବର ଏକ ନମ୍ବର ଦଳ ହୋଇଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଦଳର ମୁଖ୍ୟ ଲକ୍ଷ କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।
ଅନ୍ୟପଟେ ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ, ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ ମିଳିନଥାନ୍ତା ଏକାଠି ଅଛୁ ବୋଲି ସରକାର କରିଛୁ ଓ କୋଡିଏ ସାଂସଦ ଜିତିଛୁ ।ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ। ଦଳରେ କୌଣସି କନ୍ଦଳ ନାହିଁ। ଭାଇରଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ । ଅନେକ ଲୋକ କହୁଥିଲେ ଭାରତୀୟ ଜନତା ପାର୍ଟି ସରକାର କଣ କରିବ। ଲୋକ ଚାହିଁଲେ ସରକାର ହେଲା, ତେଣୁ ବସ୍ତୁ ସ୍ଥିତିକୁ ଯିବାକୁ ପଡିବ । ଗାଁ ଗହଳିରେ ଦେଖନ୍ତୁ ବସ୍ତୁ ସ୍ଥିତି କେମିତି ଅଛି। ଲୋକ ବିଜେପିକୁ ଭଲ ପାଉଛନ୍ତି କି ନାହିଁ ତାହା ଦେଖନ୍ତୁ। ସମସ୍ତେ ଏକ ହୋଇ କାମ କରୁଛନ୍ତି। ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ ମିଳି ନଥାନ୍ତା। ଏକାଠି ଅଛୁ ବୋଲି ସରକାର କରିଛୁ ଓ କୋଡିଏ ସାଂସଦ ଜିତିଛୁ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ