
ଭୁବନେଶ୍ୱର: ପ୍ରଭାତ ପୋକା ବାଇଗଣ। ବିଜେପିରେ ପ୍ରଭାତ ବିଶ୍ବାଳ ମିଶିବାକୁ ନେଇ ବିଜେଡି ରଖିଛି କିଛି ଏଭଳି ପ୍ରତିକ୍ରିୟା। ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡିକୁ କେତେ ଆସିବେ, କେତେ ଯିବେ, କିଛି ବି ପ୍ରଭାବ ପଡ଼ିବନି। ପ୍ରଭାତ ଖାଇଲେ ପିଇଲେ, ଏବେ ମୋଟା ହେଇଗଲେ। ତେଣୁ ଦଳ ଛାଡ଼ି ଯାଉଛନ୍ତି। କଟକରେ ଅନେକ ନେତା ଅଛନ୍ତି, ବିଜେଡି ନେତୃତ୍ୱ ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ସେପଟେ ପ୍ରମିଳାଙ୍କ ପ୍ରତିକ୍ରିୟା ନେଇ ପ୍ରଭାତଙ୍କ ଜବାବ ମିଳିପାରିନି।




