ଘରେ ଚାଲିଛି କି ମୂଷାଙ୍କର ଉପଦ୍ରବ ? ପ୍ରାକୃତିକ ଉପାୟରେ ପାଆନ୍ତୁ ଛୁଟକାରା

ଘରେ ମୂଷା ହେବା ଏକ ସାଧାରଣ କଥା। କିନ୍ତୁ ଯଦି ଏମାନେ ଆପଣଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରୁଛନ୍ତି, ତ ଏମାନଙ୍କୁ ଭଗାଇବା ନିହାତି ଜରୁରୀ। ମୂଷାମାନଙ୍କୁ ଘରୁ ଦୂରେଇ ରଖିବା ପାଇଁ ସାଧାରଣତଃ ସଫାସୁତରା ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ଏହା ସତ୍ତ୍ୱେ ଯଦି ଘରେ ମୂଷା ଆତଙ୍କ କମୁ ନାହିଁ, ତ କିଛି ଲୋକ ଔଷଧ ବ୍ୟବହାର କରି ଥାଆନ୍ତି। ତେବେ ଯଦି ଆପଣଙ୍କ ଘରେ କେହି ଛୋଟ ଛୁଆ କି ପୋଷା ଜୀବଜନ୍ତୁ ଥାଆନ୍ତି, ତା’ ହେଲେ ମୂଷାମରା ଔଷଧ ବ୍ୟବହାର କରିବା କ୍ଷତିକାରକ ହୋଇପାରେ। ତେଣୁ ଏମିତି ସ୍ଥିତିରେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ କହିବୁ। ଏହି ଜିନିଷଗୁଡ଼ିକ ପ୍ରାକୃତିକ ହୋଇଥିବା ବେଳେ ଏହାର ବାସ୍ନାରେ ମୂଷା ଘର ଛାଡ଼ି ପଳାଇବେ। ଆସନ୍ତୁ ଜାଣିବା ପ୍ରଭାବଶାଳୀ ତରିକା।

ପିପରମିଣ୍ଟ ଅଏଲ୍‌: ମୂଷାମାନଙ୍କୁ ପିପରମିଣ୍ଟର ଗନ୍ଧ ଭଲ ଲାଗେ ନାହିଁ। ତେଣୁ ଆପଣ କିଛି କଟନ ବଲ୍‌କୁ ପିପରମିଣ୍ଟ ଏସେନ୍ସିଆଲ ଅଏଲରେ ବୁଡ଼ାନ୍ତୁ ଏବଂ ସେଗୁଡ଼ିକୁ ସେହି ଜାଗାରେ ରଖନ୍ତୁ, ଯେଉଁଠି ମୂଷା ସବୁବେଳେ ନଜର ଆସୁଛନ୍ତି। ଲଗାତାର କିଛିଦିନ ଯାଏ ଏହି କଟନ ବଲ୍ସକୁ ବଦଳାଇ ଚାଲନ୍ତୁ, ଯେପରି ଏହାର ଗନ୍ଧ ଦୀର୍ଘ ଦିନ ପର୍ଯ୍ୟନ୍ତ ରହି ପାରିବ।

ଲବଙ୍ଗ: ଲବଙ୍ଗ ସ୍ୱାଦରେ ରାଗ ହୋଇଥାଏ, ଯଦ୍ଦ୍ଵାରା ଆପଣ ମୂଷାଙ୍କୁ ଭଗାଇ ପାରିବେ। ଏଥିପାଇଁ କିଛି ଲବଙ୍ଗକୁ ଛୋଟ ଛୋଟ କପଡ଼ାରେ ବାନ୍ଧି ଅଲଗା ଅଲଗା ସ୍ଥାନରେ ରଖି ଦିଅନ୍ତୁ। ଲବଙ୍ଗ ତେଲକୁ ଆପଣ କପଡ଼ାରେ ଭିଗେଇ ବି ବ୍ୟବହାର କରି ପାରିବେ।

ନାଲି ଲଙ୍କା: ମୂଷା ଯେଉଁ ବାଟେ ଯିବା ଆସିବା କରୁଛନ୍ତି, ସେହି ସବୁ ସ୍ଥାନରେ ନାଲି ଲଙ୍କା ଗୁଣ୍ଡ ପକାଇ ଦିଅନ୍ତୁ। ଛୋଟ ପିଲା କି ପୋଷା ଜୀବ ଥିଲେ ଆପଣ କପଡ଼ା ବାନ୍ଧି ରଖି ପାରିବେ।

ପିଆଜ: ଘରର ଏଠି ସେଠି କଞ୍ଚା ପିଆଜ ଖଣ୍ଡ ରଖି ଆପଣ ମୂଷା ଭଗାଇ ପାରିବେ।

ବେକିଂ ସୋଡା: ମୂଷା ଯିବା ଆସିବା କରୁଥିବା ସ୍ଥାନରେ ବେକିଂ ସୋଡା ରାତିରେ ପକାଇ ଛାଡ଼ି ଦିଅନ୍ତୁ। ସକାଳେ ଉଠି ଏହି ପାଉଡର ସଫା କରି ନିଅନ୍ତୁ। ଏମିତି ୨-୩ ଦିନ ଯାଏ ଦୋହରାନ୍ତୁ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ