ଚନ୍ଦାପଣରୁ ମୁକ୍ତି ଦେଇଥାଏ ଏହି ଖାଦ୍ୟ

ହେୟାର ଷ୍ଟାଲ ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି। ଝିଅ ହୁଅନ୍ତୁ ଅବା ପୁଅ ପ୍ରାୟ ସମସ୍ତେ ହେୟାର ଷ୍ଟାଇଲ କରିବାକୁ ପସନ୍ଦ କରିଥାନ୍ତି। ବିଶେଷ କରି କଲେଜ ପଢୁଆ ପୁଅଝିଅଙ୍କ ମଧ୍ୟରେ ଏହି କ୍ରେଜ୍‌ ଅଧିକ ଦେଖିବାକୁ ମିଳିଥାଏ। ହେଲେ ଆଜିକାଲି କମ ବୟସରେ ଯୁବକଯୁବତୀମାନେ ଏକ ବଡ଼ ସମସ୍ୟାରେ ସମ୍ମୁଖୀନ ହେଛନ୍ତି। ସମସ୍ୟାଟି ହେଲା ଚୁଟି ଝଡ଼ିବା। ସ୍ଥିତି ଏପରି ହେଉଛି ଯେ, କମ ବୟସରେ ବହୁତ ଲୋକ ଚନ୍ଦା ହୋଇଯାଉଛନ୍ତି। ଆଧୁନିକ ଜୀବନଶୈଳୀ, ଭୁଲ ଖାଦ୍ୟ ପେୟ ଓ ଅଧିକ ଚିନ୍ତା କାରଣରୁ ପୁରୁଷମାନଙ୍କର ଚୁଟି ଝଡିଥାଏ ବୋଲି ଡାକ୍ତର କହିଥାନ୍ତି। ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ସମ୍ପର୍କରେ ଯାହାକୁ ଖାଇଲେ ଚନ୍ଦାପଣରୁ ମୁକ୍ତି ମିଳିପାରିବ।

ସବୁଜ ପନିପରିବା: ସବୁଜ ପନିପରିବାରେ ଭିଟାମିନ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଭିଟାମିନ୍‌ ‘ଏ’ ତ୍ୱଚା ଓ କେଶକୁ ମଜଭୁତ କରିଥାଏ। ତେଣୁ ପ୍ରତିଦିନ ପନିପରିବା ଖାଇବା ଦ୍ୱାରା କେଶ ମଜଭୁତ ହେବା ସହ ଝଡିବା ବନ୍ଦ ହୋଇଯାଇଥାଏ। ଏହାଛଡା ମାଛ ତେଲ, ଅଣ୍ଡା ଓ କ୍ଷୀରରେ ମଧ୍ୟ ଭିଟାମିନ ‘ଏ’ ପ୍ରଚୁର ପରିମାଣରେ ଥାଏ।

ପାଳଙ୍ଗ: ପ୍ରତିଦିନ ଖାଇବା ମେନୁରେ ଶାଗ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର। ପାଳଙ୍ଗରେ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପାଳଙ୍ଗରେ ସିବମ ଭଳି ଏକ ତତ୍ତ୍ୱ ରହିଛି, ଯାହା କେଶ ପାଇଁ ପ୍ରାକୁତିକ କଣ୍ଡିସନର କାମ କରିଥାଏ। ପାଳଙ୍ଗରୁ ଓମେଗା-୩ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ ଓ ଆଇରନ ମିଳିଥାଏ। ଏହା କେଶକୁ ମଜଭୁତ କରିବା ସହ ଚମକ ବଢାଇଥାଏ।

ସି ଫୁଡ: ଶରୀରରେ ଜିଙ୍କ କମ୍ କାରଣରୁ ରୂପି ଓ ଚୁଟି ଝଡିବା ସମସ୍ୟା ଦେଖାଯାଇଥାଏ। ଜିଙ୍କ ଏପରି ଏକ ମିନେରାଲ ଯାହା ନୂତନ କୋଶିକା ଉତ୍ପନ କରି ଏହି ସମସ୍ୟା ଦୂର କରିଥାଏ। ସି ଫୁଡରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ। ଏହାକୁ ଖଶିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।ଏହାସହ ଅଣ୍ଡା, କ୍ଷୀର ଓ ନଟସ୍‌ରେ ମଧ୍ୟ ଜିଙ୍କ ମିଳିଥାଏ।

ଡାଲଚିନି: ଡାଲଚିନି ରକ୍ତ ପ୍ରବାହ ବଢାଇଥାଏ ଓ କେଶର ଛିଦ୍ରକୁ ପୋଷକ ଯୋଗାଇଥାଏ। କଫି କିମ୍ୱା ଟୋଷ୍ଟରେ ଡାଲଚିନି ପାଉଡର ପକାଇ ଖାଇଲେ କେଶ ଝଡ଼ିବାରୁ ମୁକ୍ତି ମିଳିଥାଏ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ