ଚରିତ୍ରରେ ଦାଗ ନୁହେଁ ବିନା ବିବାହରେ ସମ୍ପର୍କ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଇ ଅବିବାହିତ ଯୁବକ ଯୁବତୀ ପରସ୍ପର ସହମତିରେ ଶାରୀରିକ ସମ୍ପର୍କ ରଖିଲେ ତାହା କାହାରି ଚରିତ୍ରକୁ ପ୍ରତିଫଳିତ କରେ ନାହିଁ କିମ୍ବା ଏହା କୌଣସି ବ୍ୟକ୍ତିଙ୍କ ଚରିତ୍ର ଉପରେ ଦାଗ ନୁହେଁ । ଏହାକୁ ଆଧାର କରି କାହାରି ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି, ଏପରି କୌଣସି ଆଇନ ନାହିଁ ଯାହା ଦୁଇ ପ୍ରାପ୍ତ ବୟସ୍କ ଏବଂ ଅବିବାହିତ ଲୋକଙ୍କୁ ନିଜ ପସନ୍ଦରେ ସମ୍ପର୍କ ରଖିବାକୁ ରୋକିପାରିବ । ଏଥିସହ ସେମାନଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଲେ ତାହାକୁ ପ୍ରତାରଣା ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।
ଜଷ୍ଟିସ୍‌ ମନମୋହନ ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ତେଲଙ୍ଗାନା ରାଜ୍ୟ ପୁଲିସ ନିଯୁକ୍ତି ବୋର୍ଡର ଏକ ମାମଲାର ଶୁଣାଣି ବେଳେ ଦେଇଛନ୍ତି । ବୋର୍ଡ ଜଣେ ପ୍ରାର୍ଥୀଙ୍କୁ ନୈତିକତା ଦୃଷ୍ଟିରୁ ବିଚାର କରି କନଷ୍ଟେବଳ ଭାବେ ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟ ଏହି ନିଯୁକ୍ତି ବାତିଲ ପ୍ରକ୍ରିୟାକୁ ଖାରଜ କରି ସେହି ପ୍ରାର୍ଥୀଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ସମୟରେ ବିବାହ ପୂର୍ବରୁ ସମ୍ପର୍କ ବେଶ୍‌ ସାଧାରଣ କଥା । ତେଣୁ ଏହାକୁ ଆଧାର କରି ସେମାନଙ୍କ ଚରିତ୍ର ବାବଦରେ ନକରାତ୍ମକ ରାୟ ବନାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।
ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରାର୍ଥୀ ଜଣକ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟେ ୪ ବର୍ଷ ଧରି ସମ୍ପର୍କରେ ରହିଥିଲେ । ତେବେ ସେ ମିଛ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ନେଇ ଯୁବତୀ ଜଣକ ୨୦୧୪ରେ ଅଭିଯୋଗ ଆଣିଥିଲେ । ଫଳରେ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ଏବଂ ୨୦୧୫ରେ ଲୋକ ଅଦାଲତ ଏହି ମାମଲାକୁ ଶେଷ କରିଥିଲେ । ତେବେ ପୂର୍ବ ଅଭିଯୋଗ ଆଧାରରେ ନିଯୁକ୍ତି ବୋର୍ଡ ଅଭିଯୁକ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଅଭିଯୁକ୍ତ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ । ତେଲଙ୍ଗାନା ହାଇକୋର୍ଟ ମଧ୍ୟ ଯୁବକଙ୍କ ନିଯୁକ୍ତି ବାବଦରେ ପୁନଃ ବିଚାର କରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟ କହିଥିଲେ, ଯେ ପର୍ଯ୍ୟନ୍ତ ଅଦାଲତରେ ଜଣେ ଦୋଷୀ ସାବ୍ୟସ୍ତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆଇନ ଆଗରେ ସେ ନିର୍ଦ୍ଦୋଷ ବୋଲି ସିଦ୍ଧାନ୍ତ ଲାଗୁ ହୋଇଥାଏ । ଏହି ମାମଲାରେ ପ୍ରତାରଣା ଅଭିଯୋଗ ରହିଥିଲା । କିନ୍ତୁ ଠକେଇ ବା ପ୍ରତାରଣା ପ୍ରମାଣ ହେବାର ବି ଆବଶ୍ୟକତା ରହିଥିଲା । କାରଣ ଅଭିଯୋଗ ବେଳେବେଳେ ମିଛ ବି ହୋଇଥାଏ । ଅନ୍ୟପକ୍ଷରେ ଅଭିଯୋଗକାରୀ ମଧ୍ୟ ମାମଲା ଆଗକୁ ବଢ଼ାଇ ନ ଥିଲେ ଏବଂ ବୁଝାମଣା କରିନେଇଥିଲେ । ତେଣୁ ବୋର୍ଡ ସେହି ବ୍ୟକ୍ତିଙ୍କ ବାବଦରେ ନକାରାତ୍ମକ ନିଷ୍କର୍ଷ ବାହାର କରିବାର କୌଣସି ଆଧାର ନ ଥିଲା ।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ