ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଦେବଗଡ:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକତା ପଦଯାତ୍ରା ରାଲିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ,ପୌରାଧ୍ୟକ୍ଷ ଶାନ୍ତିମଞ୍ଜରୀ ଦେଇ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ବ କରିଥିଲେ।ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା।ପରେ ଏକ ସଧାରଣ ସଭାରେ ଜିଲ୍ଲାପାଳ ଶ୍ରୀ ସାହୁ ମୁଖ୍ୟଅତିଥି,ପ‌ୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ସାଂସଦଙ୍କ ପ୍ରତିନିଧି ତଥା ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ଉପନଗରପାଳ ପ୍ରଜିତ ଭୋଜ,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କଜୀବନ ଦର୍ଶନ ଉପରେ ମତବ୍ୟକ୍ତ କରିଥିଲେ।ପରେ ଜିଲ୍ଲାର ବିଭିନ୍ନ ବିଭାଗ ଓ ଜିଲ୍ଲାପାଳଙ୍କ ବିକାଶ ଭବନରେ ଏକ ରାଷ୍ଟ୍ରୀୟ ଶପଥ ପାଠ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ପୌର ନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସମେତ ବରିଷ୍ଠ ନାଗରିକ,ସ୍ବେଚ୍ଛାସେବୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ହେମନ୍ତ ସିଂହ ଧନ୍ୟବାଦ ଦେଇଥିଲେ। ସେହିପରି ମେରା ଯୁବା ଭାରତ ଓ ଗୋପବନ୍ଧୁ କ୍ଲବର ମିଳିତ ସହଯୋଗରେ ବାରକୋଟ୍ ବ୍ଲକର ନଳବନ୍ଧ ଗ୍ରାମରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛିlମେରା ଯୁବା ଭାରତ ଦେବଗଡ଼ର ପ୍ରଦୀପ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଏକତା ପଦଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ,ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ଧଳ,ବରିଷ୍ଠ ନାଗରିକ ମାଗୁଣିଧର ସାହୁ,ଅଧ୍ୟାପକ ତୁଷାରକାନ୍ତ ଧଳ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେlଏହାପରେ ଉକ୍ତ ପଦଯାତ୍ରା ଗ୍ରାମରେ ପରିକ୍ରମା କରିଥିଲା।ଏହି ଅବସରରେ ଏକତା ସଂକଳ୍ପ ପାଇଁ ଶପଥ ପାଠ କରିଥିଲେlକାର୍ଯ୍ୟକ୍ରମ ପରିଚାଳନାରେ ସ୍ଵେଚ୍ଛାସେବୀ ଆଦିତ୍ୟ ବେହେରା,ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ଗ‌ଣଦୌଡ ହୋଇଥିଲା। ଏଥିରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଅତିରିକ୍ତ ଏସପି ଧୀରଜ ଚୋପଦାର ଅତିଥି ଭାବେ ଯୋଗ ଦେଇ ଗ‌ଣଦୌଡକୁ ଶୁଭାରମ୍ଭ କରିଥିଲେ।ଏଥିରେ ଡିଏସପି ପବିତ୍ର କିଷାନ, ପ୍ରତିଭା ମାଝୀ,ଅମୂଲ୍ୟପୁନମକାନ୍ତ ଲାକ୍ରା,ଏସଡିପିଓ ରମେଶ ମାହନା, ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥିଙ୍କ ସମେତ ବୁଦ୍ଧିଜୀବି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।ଏହାପରେ ଜିଲ୍ଲା ପୁଲିସ ପକ୍ଷରୁ ଏକତା ଦିବସ ଅବସରରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା।

  • Related Posts

    ରେଡ୍‌କ୍ରସ୍‌ ପାଣ୍ଠି ଆତ୍ମସାତ୍‌ ଅଭିଯୋଗ, ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

    ବ୍ରହ୍ମପୁର: ସରକାରୀରେଡ୍‌କ୍ରସ୍‌ ପାଣ୍ଠିର ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଗଞ୍ଜାମଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (ଏସ୍‌ଆର୍‌ଏ) ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ…

    Continue reading
    ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ ନାଥ

    ଆଇପିଏସ ସ୍ତରରେ ହୋଇଛି ଅଦଳ ବଦଳ। ଜେଲ୍‌ ଡିଜି ପଦରୁ ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଓଏସ୍‌ଡି ଭାବେ ଗୃହ ବିଭାଗକୁ ବଦଳି କରାଯାଇଛି। ରବିବାର ଏନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି