
ଦେବଗଡ:ମେରା ଯୁବା ଭାରତ ଦେବଗଡ ପକ୍ଷରୁ ବାରକୋଟ ବ୍ଳକର କଣ୍ଢଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିlଦେବଗଡ ମେରା ଯୁବା ଭାରତର ପ୍ରଦୀପ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କ ଭୋଇ,କଣ୍ଢଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା.ସମ୍ବିତ୍ ପ୍ରଧାନ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ ସାହୁ,ପ୍ରକୃତିବନ୍ଧୁ ଲଳିତ ମୋହନ ସାହୁ,ଅଧ୍ୟାପିକା ହେମାଙ୍ଗୀନି ମହାରଣା ଅତିଥି ଭାବେ ଯୋଗ ଦେଇ ନିଶା ସେବନର କୁପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ।ନିଶା ଠାରୁ ଦୁରେଇ ରହିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେlଏହି ଅବସରରେ ଆୟୋଜିତ ସ୍ଲୋଗାନ ଓ ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସ୍ଵେଚ୍ଛାସେବୀ ନରେଶ ସାମଲ,ପପୁନ ଜ୍ୟୋତିଷ,ସୁବାସ ଚନ୍ଦ୍ର ସାହୁ,ଆଦିତ୍ୟ ବେହେରା ଓଉପମା ରଣ ସହଯୋଗ କରିଥିଲେ।




