
ଦେବଗଡ:ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଦେବଗଡ କଲେଜରେ ୨ ଦିନ ଧରି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ ଉଷା) ପ୍ରୋଜେକ୍ଟ ୟୁନିଟ ତଥା ଏକସେଲଆର ପ୍ରାଇଭେଟ ଲିମିଟେଡର ସହଭାଗିତାରେ କୁତ୍ରିମ ବୁଦ୍ଧିମତ୍ତା ଓ ଚାଟ୍ଜିପିଟି ଓ ଅନ୍ୟାନ୍ୟ ଏଆଇ ଉପକରଣର ବ୍ୟବହାର ସଂପର୍କିତ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ବିକାଶ ପ୍ରଧାନ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ନୋଡାଲ ଅଫିସର ସଞ୍ଜିବ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଦୁଇଦିନିଆ କର୍ମଶାଳାରେ ଏନ୍ଆଇଟି ରାଉରକେଲାର ଗବେଷଣାରତ ଇଶାନୀ ମିଶ୍ର ପ୍ରଶିକ୍ଷିକା ଭାବେ ଯୋଗ ଦେଇ କ୍ୟାରିୟର ଗଠନ କ୍ଷେତ୍ରରେ ଚାଟ୍ଜିପିଟି ଓ ବିଭିନ୍ନ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଉପକରଣର ବ୍ୟବହାର ସମ୍ପର୍କରେ ଅବଗତ କରିଥିଲେ।ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ପ୍ରୋଗ୍ରାମ ସଂଯୋଜକ ଡ. ଦିନେଶ ରାୟ ଓ ଡ. ଶିଖା ମହର୍ଷି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




