
ଦେବଗଡ:ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଦେବାଶିଷ ରାଉତ ମୁଖ୍ୟଅତିଥି,ସବ ଜଜ ମନୋରଞ୍ଜନ ମିଶ୍ର,ମହିଳା କୋର୍ଟ ବିଚାରପତି ସାନ୍ତାଶ୍ରୀ ମହାନ୍ତି,ଆଇନ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ୱତ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଗୁରୁ ଚରଣ ବୋଦ୍ରା,ବରିଷ୍ଠ ପ୍ରଶିକ୍ଷିକା ମନ୍ଦାକିନୀ ଟୁଡୁ ଅନ୍ୟତମ ଅତିଥି ଭାବେ ମଂଚାସୀନ ରହି ଉକ୍ତ ଦିବସ ସଂପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପାରା ଲିଗାଲ ସ୍ବେଛାସେବୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ।






