ଜାଲ୍ ଭୋଟରଙ୍କୁ କଂଗ୍ରେସ ସୁରକ୍ଷା ଦେଉଛି : ଧର୍ମେନ୍ଦ୍ର

ସମ୍ବଲପୁର/ନୂଆଦିଲ୍ଲୀ: ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ “ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ” ପଦଯାତ୍ରା ଏବଂ ଜନସଭାରେ ଯୋଗଦେଇ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣତନ୍ତ୍ର ସୁରକ୍ଷା ଏବଂ ଅରାଜକତା ବିରୁଦ୍ଧରେ ମହାଜାଗରଣର ଆହ୍ୱାନ ଦେଇଛନ୍ତି । ନିଜର ପରାଜୟ ଓ ହତାଶା ଭାବ ଲୁଚାଇବା ପାଇଁ କଂଗ୍ରେସ ଭୋଟ୍ ଚୋରିର ମିଥ୍ୟା ନାଟକ କରୁଛି ବୋଲି କହିଛନ୍ତି ସାଂସଦ ଧର୍ମେନ୍ଦ୍ର ।
ସାଂସଦ ଧର୍ମେନ୍ଦ୍ର ପ୍ରଥମେ ଦଳର ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ଜନସାଧାରଣ, ମାତୃଶକ୍ତି ଓ ଯୁବସାଥୀଙ୍କ ସହ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଦେଶ ଓ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ନେଇ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପଦଯାତ୍ରା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏକ ମହାସଂଗ୍ରାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଯେତେବେଳେ ବିଶ୍ୱର ପଞ୍ଚମ ଅର୍ଥନୀତିରୁ ଆହୁରି ଉପରକୁ ଉଠୁଛି ଏବଂ ଦ୍ରୁତ ଗତିରେ ବିକାଶ କରୁଛି, ସେତେବେଳେ ଜନସମର୍ଥନ ହରାଇଥିବା କିଛି ହତାଶ ରାଜନୈତିକ ଦଳ ଏହାକୁ ସହ୍ୟ କରିପାରୁନାହାନ୍ତି ।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, “ନିଜର କ୍ରମାଗତ ପରାଜୟ ଓ ରାଜନୈତିକ ଦେବାଳିଆପଣକୁ ଲୁଚାଇବା ପାଇଁ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ଆଜି ‘ଭୋଟ୍ ଚୋରି’ର ହଟଚମଟ ସୃଷ୍ଟି କରୁଛନ୍ତି । ସଂସଦଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଏହି ନେତାମାନେ ଅଙ୍ଗୁର ନମିଳିଲେ ତାହାକୁ ଖଟା ବୋଲି କହିବା ସଦୃଶ କେବଳ ମିଥ୍ୟା ବାହାନା ଖୋଜୁଛନ୍ତି । ଏହା କେବଳ ସେମାନଙ୍କର କ୍ରମାଗତ ପରାଜୟ ଓ ରାଜନୈତିକ ବିଫଳତାକୁ ଲୁଚାଇବାର ଏକ ନିନ୍ଦନୀୟ ଷଡ଼ଯନ୍ତ୍ର ମାତ୍ର । ନିର୍ବାଚନରେ ଜିତିଲେ ଇଭିଏମ୍ ଓ ନିର୍ବାଚନ ଆୟୋଗ ଭଲ ଲାଗୁଥିବାବେଳେ ହାରିଗଲେ ସେହି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବାର ଏମାନଙ୍କର ଦୋମୁହାଁ ନୀତିକୁ ଦେଶବାସୀ ଭଲ ଭାବରେ ବୁଝିସାରିଛନ୍ତି ।”

ନିର୍ବାଚନ ତାଲିକା ସଂଶୋଧନ ସମୟରେ ବିରୋଧୀଙ୍କ ହୋ-ହାହ୍ଲାକୁ କଡ଼ା ସମାଲୋଚନା କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ଯେ, ମୃତ ବ୍ୟକ୍ତି, ଠିକଣା ବଦଳାଇଥିବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କ ଭରସାରେ କଂଗ୍ରେସ କ’ଣ ନିର୍ବାଚନ ଜିତିବାକୁ ଚାହୁଁଛି ? ଦେଶର ୧୪୦ କୋଟି ଜନସାଧାରଣଙ୍କ ଉପରେ ଆସ୍ଥା ନ ରଖି ନାଗରିକତା ନଥିବା ଲୋକଙ୍କୁ ସୁରକ୍ଷା ଦେବାର ଏହି ଚକ୍ରାନ୍ତକୁ କେବେବି ବରଦାସ୍ତ କରାଯିବ ନାହିଁ ।

ଏନେଇ ସେ କହିଛନ୍ତି, “ଦେଶରେ ପ୍ରଜାତନ୍ତ୍ର ଓ ନିର୍ବାଚନ ଆୟୋଗ ରହିଛି ବୋଲି ଆଜି ଜଣେ ଗରିବ ଓଡ଼ିଆ ଜନଜାତି ଘରର ଝିଅ ଦେଶର ରାଷ୍ଟ୍ରପତି ଏବଂ ଗରିବ ଘରର ପିଲା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ ସାମନ୍ତବାଦୀ ନେହେରୁ-ଗାନ୍ଧୀ ପରିବାର ଏହାକୁ ସହି ନପାରି ଦେଶରେ ଅରାଜକତା ଓ ରିଜିମ୍ ଚେଞ୍ଜର କଥା କହୁଛନ୍ତି । ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆୟୋଜିତ ଏହି ପଦଯାତ୍ରାକୁ ଜନସାଧାରଣଙ୍କ ବିପୁ ସମର୍ଥନ ରହିଛି । ଓଡ଼ିଶାର ଗାଁ ଗଣ୍ଡାରୁ ଆରମ୍ଭ କରି ପ୍ରତିଟି ଘରେ ମାଆ ସମଲେଶ୍ୱରୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ବାର୍ତ୍ତା ପହଞ୍ଚାଇବାକୁ ହେବ ଯେ, ମୋଦୀ କେଉଁଆଡେ ବି ଯିବେ ନାହିଁ ଏବଂ ଦେଶର ବିକାଶ ଯାତ୍ରା ଅହରହ ଜାରି ରହିବ । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟରୁ ସମସ୍ତ ପ୍ରକାର ଅରାଜକତାକୁ ମୂଳପୋଛ କରି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ କାମ କରନ୍ତୁ ।”

ଏହି ପଦଯାତ୍ରାରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ସାମିଲ ହୋଇଥିଲେ ।

  • Related Posts

    ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ

    ବରଗଡ଼: ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP ପ୍ରଦୀପ ପୁରୋହିତ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶାହାଙ୍କୁ ଭେଟି ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା…

    Continue reading
    ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ସରକାର ଦାୟୀ: ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି