
ଦେବଗଡ଼: ଦେବଗଡ଼ ଜିଲ୍ଲା ପକ୍ଷରୁ ‘ସନଡେ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଏକ ସାଇକେଲ ଯାତ୍ରା ବାହାରି ସହରର ବିଭିନ୍ନ ସାହି ଓ ଛକ ଅତିକ୍ରମ କରିବା ପରେ ଦେବଗଡ଼ ଆଦର୍ଶ ଥାନାରେ ପହଞ୍ଚିଥିଲା। ସାଇକେଲ ଯାତ୍ରାରେ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡ, ଏସ୍ଡିପିଓ ରମେଶ ମାହାନା, ଡିଏସ୍ପି (ଏଚ୍ଆର୍ପିସି) ଅମୂଲ୍ୟ ପୁନମ ଲାକ୍ରା, ଡିଏସ୍ପି (ଡିଆଇବି) ପବିତ୍ର କିସାନ, ରିଜର୍ଭ ଇନ୍ସପେକ୍ଟର ହମ୍ବିରା ସୋରେନଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ସୁସ୍ଥ ଜୀବନଶୈଳୀ, ଶାରୀରିକ ସୁସ୍ଥତା ଓ ସାମାଜିକ ଏକତାର ବାର୍ତ୍ତା ଜନସାଧାରଣଙ୍କ ନିକଟର ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସେହିପରି ରିଆମାଳ, ବାରକୋଟ, ଲଇମୁରା, କୁଣ୍ଢେଇଗୋଳା ଥାନା ସମେତ ଖଇରପାଲି, କଂସର ଏବଂ ତିଲେଇବଣି ଫାଣ୍ଡିରେ ମଧ୍ୟ ‘ସନଡେ ଅନ ସାଇକେଲ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


