ଜିଲ୍ଲା ବିକାଶସମନ୍ୱୟ ଏବଂ ମନିଟରିଂ (ଦିଶା)କମିଟିର ବୈଠକ

ଦେବଗଡ଼:ସ୍ଥାନୀୟ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି(ଦିଶା)ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଜିଲ୍ଲାର ପ୍ରଗତି ଓ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି। ଏହାସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ ଜିଲ୍ଲାର ନବଜାତ ଶିଶୁ ଠାରୁ ୧୮ ବର୍ଷ ବୟସର ପ୍ରାୟ ୭୫ ହଜାର ଶିଶୁ ଓ କିଶୋର-କିଶୋରୀଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ।ସେମାନଙ୍କୁ ସଠିକ୍ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଜିଲ୍ଲାରେ ଏକ ବ୍ୟାପକ ‘ଜନ-ଅଭିଯାନ’ ଆରମ୍ଭ କରାଯିବ। ସେହିପରି କୃଷିର ଉନ୍ନତି ଓ ଜଳସେଚିତ ଜମିର ପରିମାଣ ବୃଦ୍ଧି ପାଇଁ ‘ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ’ ଏବଂ ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ଭାରତ ସରକାରଙ୍କ ଏନଏଚଏଆଇ ପକ୍ଷରୁ କନକତରାରୁ ରେଙ୍ଗାଳି ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଚାରି ଲେନ୍ କରାଯିବ । ଏହାସହ ଦେବଗଡ଼ ସହରର ବିର୍ସା ମୁଣ୍ଡା,ଆମ୍ବେଦକର ଓ ସର୍କଟ୍ ହାଉସ୍ ଛକରେ ଦୁର୍ଘଟଣାମୁକ୍ତ ଯାତାୟାତ ପାଇଁ ଓଭରବ୍ରିଜ୍ ଓ ଭେହିକିଲ୍ ଅଣ୍ଡରପାସ୍ ନିର୍ମାଣ ନେଇ ଏନଏଚଏଆଇକୁ ଦାୟିତ୍ୱ ଦିଆଯାଇଛି।ସେହିପରି ଡିଜିଟାଲ୍ କନେକ୍ଟିଭିଟି କ୍ଷେତ୍ରରେ ବିଏସଏନଏଲର ୧୦୧ଟି ବର୍ତ୍ତମାନର ଟାୱାର ସହ ନୂତନ ୧୫ଟି ଟାୱାର ଏବଂ ନେଟୱର୍କ ନଥିବା ଅଞ୍ଚଳଗୁଡ଼ିକ ପାଇଁ ନୂଆ ସର୍ଭେ କରି ଟାୱାର ସ୍ଥାପନ କରାଯିବ।ଏହାବ୍ୟତୀତ ବିଦ୍ୟୁତୀକରଣ,ରୋଡ୍ ସେଫ୍ଟି ଏବଂ ତିଲେଇବଣିରୁ ବାରକୋଟ ପର୍ଯ୍ୟନ୍ତ ସର୍ଭିସ୍ ଲେନ୍ ନିର୍ମାଣ ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜ଼ିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜ଼ିଲ୍ଲାର ବିକାଶ ନିମନ୍ତେ ଜନପ୍ରତିନିଧି ଙ୍କ ସହଯୋଗ କାମନା କରିଥିଲେ।ବୈଠକରେବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଡିଏଫଓ ମିସ ରଶ୍ମି ଜୀ,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା,ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ରିଆମାଳ ବ୍ଲକ ଅଧକ୍ଷ ମଧୁସୂଦନ ପ୍ରଧାନ,ବାରକୋଟ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ପାତ୍ର,ତିଲେଇବଣି ବ୍ଲକ୍ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ,ଜନପ୍ରତିନିଧି ଉପସ୍ଥିତ ଥିଲେ। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ଧନ୍ୟବାଦ ଦେଇଥିଲେ।

  • Related Posts

    ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଆକ୍ସନ୍ ମୋଡ୍‌ରେ ଇଡି

    ବାଙ୍କୀ: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆକ୍ସନ୍ ମୋଡ୍‌ରେ ଆସିଛି ଇଡି । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ପୈତୃକ ଘର ସମେତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ…

    Continue reading
    ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

    ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ