ଡବଲ୍ ଇଞ୍ଜିନ ସରକାରରେ ସୁରୁଖୁରୁରେ ହେଉଛି ବିକାଶ କାର୍ଯ୍ୟ:ଅପରାଜିତା

ଜଟଣୀ ମୁନସିପାଲଟି ଅଞ୍ଚଳରେ ୧କୋଟି ୯୧ଲକ୍ଷ ଟଙ୍କାର ପ୍ରକଳ୍ପ
ଜଟଣୀ ଯୁବ ପିଢ଼ି ଙ୍କ ପାଇଁ ୮୦ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଅପରାଜିତା
ଭୁବନେଶ୍ୱର: ଆଜିର ଯୁବକ ଆସନ୍ତା କାଲି ଦେଶର ଭବିଷ୍ୟତ। ଯୁବଶକ୍ତି କୁ ସଠିକ୍ ମାର୍ଗରେ ବିନିଯୋଗ କରିବା ଲକ୍ଷ୍ୟ ନେଇ ବର୍ତ୍ତମାନ ସରକାର ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟପନ୍ଥା। ଏହି ଉଦ୍ଦେଶ୍ୟରେ “ୟଙ୍ଗ ଗେମ୍ ଚେଞ୍ଜର୍ସ ଇଣ୍ଡିଆ” ଅନ୍ତର୍ଗତ UN ହାବିଟାଟ ଓ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଟଣୀ ପୌରାଞ୍ଚଳ ରେ ଶିଳାନ୍ୟାସ ହୋଇଛି ୧କୋଟି ୯୧ ଲକ୍ଷ ଟଙ୍କାର ପ୍ରକଳ୍ପ। ଯାହା ମଧ୍ୟରୁ ଦୁଇଟି ପ୍ରକଳ୍ପ କୁ ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ।ଜଟଣୀ ମ୍ୟୁନିସିପାଲିଟି ଏବଂ ଜାତିସଂଘ (UN) ଙ୍କ ସଂଯୁକ୍ତ ପ୍ରୟାସରେ ୭ ନମ୍ବର ୱାର୍ଡ ରେ “ମୁଣ୍ଡିଆ ସାହି ପାର୍କ ଓ ଖେଳ ପଡିଆ” ପାଇଁ ୬୩.୨୯ ଲକ୍ଷ ଏବଂ ୧୧ ନମ୍ବର ୱାର୍ଡ ରେ “ମା’ ଉତ୍ତରାୟଣୀ ଯୁବକ ସଂଘ ଓ ଖେଳ ପଡିଆ” ପାଇଁ ୧୬.୨୨ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏଥିସହିତ ୱାର୍ଡ ନମ୍ବର ୮ ,ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ୧୬.୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଷ୍ଟାଫ୍ କ୍ୱାର୍ଟର ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ସାଂସଦ।
୭ନମ୍ବର ୱାର୍ଡ,ମୁଣ୍ଡିଆ ସାହି ପାର୍କ ପଡ଼ିଆ ରେ ଏ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ପ୍ରକଳ୍ପ ଓ ତାହାର ବିଭିନ୍ନ ଦିଗ ଗୁଡିକୁ ନେଇ ଆଲୋଚନା କରାଯାଇଥିବା ବେଳେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ସମସ୍ତ କାର୍ଯ୍ୟ ସୁବିଧାରେ ହେଉଥିବା କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବର୍ତ୍ତମାନ ର ସରକାର ଲୋକଙ୍କ ନିଷ୍ପତ୍ତି ରେ ବିଭିନ୍ନ ପ୍ରକଳ୍ପ କରୁଥିବା ବେଳେ ବିକାଶ ମୂଳକ କାର୍ଯ୍ୟ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ମିଳି ମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ।ଏଥିସହିତ ଜଟଣୀ ପୌରାଞ୍ଚଳ ରେ ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ଉତ୍ତମ ଖେଳ ଓ ବିନୋଦନ ସୁବିଧା ସୃଷ୍ଟି ହେବା ସହ ଅଞ୍ଚଳର ସାମଗ୍ରିକ ଉନ୍ନତି ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ସାଂସଦ। ଜଟଣୀ ଅଞ୍ଚଳ ଲୋକ ମାନଙ୍କୁ ସାଂସଦ ବେଶ୍ ପ୍ରଶଂସା କରିଥିବା ବେଳେ,ଆଗକୁ ମଧ୍ୟ ସମସ୍ତଙ୍କୁ ନେଇ ଲୋକମାନଙ୍କ ଆବଶ୍ୟକତା ଓ ପସନ୍ଦ ମାଧ୍ୟମରେ ବହୁ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏସବୁ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରାଯିବ ବୋଲି କହିବା ସହିତ ଏହାର ସଫଳତା ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହିଭଳି ଆହୁରି ଅନେକ ପ୍ରକଳ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ରେ କାର୍ଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି ଭୁବନେଶ୍ୱର ସାଂସଦ।

ଏହି ଅବସରରେ UN ହାବିଟାଟ ର କଣ୍ଟ୍ରି ପ୍ରୋଗ୍ରାମ ମ୍ୟାନେଜର୍ ନିତେଶ ପ୍ରକାଶ ଉପସ୍ଥିତ ରହିଥିବା ବେଳେ,ଜଟଣୀ ବିଧାୟକ ବିଭୁତି ବଳବନ୍ତରାୟ , ପୂର୍ବତନ ଯୋଗାଣ ବିଭାଗ ଅଧ୍ୟକ୍ଷ ସୁଦୀପ୍ତ ରାୟ,ପୌରାଧକ୍ଷ ଅନନ୍ତ ବେହେରା, ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ଉପାଧ୍ୟକ୍ଷା ଆରତୀ ରାଉତ, ଜଟଣୀ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା,ସାଂସଦ ପ୍ରତିନିଧି ସତୀଶ ଶର୍ମା,ଅନ୍ୟାନ୍ୟ ଅଧିକାରୀ, ଜନସାଧାରଣ ଏବଂ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ l

  • Related Posts

    ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

    ଭୁବନେଶ୍ୱର: ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବିଗତ ମଇ 6 ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଆଜି 14 ତାରିଖରେ ଭୁବନେଶ୍ୱର ପହଞ୍ଚି ଲୋୟର ପିଏମଜି ଛକରେ…

    Continue reading
    ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

    ଭୁବନେଶ୍ୱର: ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ