
ଦେବଗଡ଼: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ବୁଧବାର ତ୍ରୈମାସିକ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ ଯୋଗଦେଇ ଲୋକମାନେ କିପରି ବ୍ୟାଙ୍କରୁ ସୁବିଧାରେ ଋଣ ନେଇପାରିବେ ସେ ସଂପର୍କରେ ଗୁରୁତ୍ବାରୋପ କରିଥିଲେ। ସେହିପରି ମିସନ ଶକ୍ତି ଜରିଆରେ ଛତୁଚାଷ, ମାଛଚାଷ, କୁକୁଡ଼ା ପାଳନ, ପୋଖରୀର ଋଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା, ଭିନ୍ନକ୍ଷମ ଋଣ, ବିଶ୍ୱକର୍ମା ଯୋଜନା, କାମଧେନୁ ଯୋଜନାରେ ଲୋକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ବ୍ୟାଙ୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଡିଏଫ୍ଓ ମିସ୍ ରଶ୍ମି ଜୀ, ଭୁବନେଶ୍ବର ରିଜର୍ଭ ବ୍ୟାଙ୍କର ଏଲ୍ଡିଓ ଜନସନ ସୋରେନ, ଏଲ୍ଡିଏମ୍ ନଳିନୀକାନ୍ତ ପଣ୍ଡା, ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ଧୀରେନ୍ଦ୍ର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଓଏଲ୍ଏମ୍ ଡିପିଏମ୍ ଶିଶିର ଷଡ଼ଙ୍ଗୀ, ଡିଆଇପିଆର୍ଓ ମନୋରଞ୍ଜନ ସୂତାରଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ।




