ଦିଲ୍ଲୀରେ ପ୍ରତାପ-ରବୀନ୍ଦ୍ର ଏକାଠି

ବାଲେଶ୍ୱର : ବାଲେଶ୍ୱର ରାଜନୀତିରେ ଘଡ଼ିକୁ ଘୋଡ଼ା ଛୁଟୁଛି। ଦିଲ୍ଲୀରେ ମାନ ଭାଙ୍ଗି ମନ ମିଶାଇଛନ୍ତି ଜିଲ୍ଲାର ଦୁଇ ହାଇଭୋଲଟେଜ୍‌ ନେତା। ଏବେ ଗୋଟିଏ ଦଳରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ପୂର୍ବତନ ବିଜେଡି ନେତା ଇଂ. ରବୀନ୍ଦ୍ର କୁମାର ଜେନା । ଆଗାମୀ ଦିନରେ ସେମାନଙ୍କ କାର୍ୟ୍ୟପନ୍ଥା କ’ଣ ହେବ ତାହାକୁ ନେଇ ଏବେଠୁ ଅନେକ ପ୍ରଶ୍ନ ଉଠିଲାଣି । ରାଜନୀତିରେ କେହି କାହାର ଚିରଦିନ ଶତ୍ରୁ କିମ୍ବା କେହି କାହାର ମିତ୍ର ନୁହଁନ୍ତି । ବାଲେଶ୍ୱରର ପୂର୍ବତନ ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଂ. ଜେନା ନିକଟରେ ବିଜେପିରେ ମିଶିବା ପରେ ଏହା ପ୍ରମାଣିତ ହୋଇଛି। ପୂର୍ବରୁ ବାଲେଶ୍ୱର ରାଜନୀତି କଥା ଉଠିଲେ ଜିଲ୍ଲାର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ଶ୍ରୀ ଷଡ଼ଙ୍ଗୀ, ଇଂ. ଜେନାଙ୍କ ମୁହଁ ଆଖି ସାମ୍ନାକୁ ଆସୁଥିଲା। ଏହି ଦୁଇ ନେତା କେବଳ ଜିଲ୍ଲାରେ ସୀମିତ ନ ଥିଲେ ବରଂ ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ସୁଯୋଗ ମିଳିଲେ ଉଭୟ ନେତା ପରସ୍ପର ଦଳକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନ ଥିଲେ । ୨୦୨୪ ଓ ୨୦୨୯ ନିର୍ବାଚନରେ ଉଭୟ ନେତା ପରସ୍ପର ବିରୋଧରେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ଥରେ ଲେଖାଏଁ ବିଜୟ ଓ ପରାଜୟକୁ ମଧ୍ୟ ସାମ୍ନା କରିଥିଲେ । ମାତ୍ର ଏବେ ଉଭୟ ନେତା ଗୋଟିଏ ଦଳରେ ଅଛନ୍ତି । ବିଳମ୍ବରେ ହେଲେ ବି ଉଭୟ ଉଭୟଙ୍କୁ ପ୍ରଶଂସା କରୁଛନ୍ତି । ଏମିତିକି ମଙ୍ଗଳବାର ଦିଲ୍ଲୀରେ ଇଂ. ଜେନା ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି । ଏହି ସବୁ ଭିତରେ ଆଗାମୀ ଦିନରେ ଏହି ଦୁଇ ନେତାଙ୍କ କାର୍ୟ୍ୟପନ୍ଥା କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ଅଛି ।
ଇଂ. ଜେନା ବିଜେପିରେ ଯୋଗଦେବା ପରେ ଭିନ୍ନ କଥା ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏ କଥା ହେଉଛି ୨୦୨୯ ପୂର୍ବରୁ ଜିଲ୍ଲାରେ ଦୁଇ ଲୋକସଭା ନିର୍ବାଚନମଣ୍ଡଳୀ କରାଯିବ । ଗୋଟିଏରେ ଇଂ. ଜେନାଙ୍କୁ ଟିକଟ ମିଳିବ । ସେହିଭଳି ଅନ୍ୟଟିରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମିଳିବା ନେଇ ଆଲୋଚନା ହେଉଛି । ଆଉ ଏକ ଆଲୋଚନା ଅନୁଯାୟୀ ବୟସାଧିକ କାରଣରୁ ପ୍ରତାପ ଷଡ଼ଙ୍ଗୀ ୨୦୨୯ ନିର୍ବାଚନ ଲଢ଼ି ନପାରନ୍ତି । ତାଙ୍କ ସମର୍ଥକଙ୍କୁ ସାଂସଦ ଟିକଟ ମିଳିପାରେ । ନନାଙ୍କୁ ରାଜ୍ୟପାଳ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିପାରେ ବୋଲି କୁହାଯାଉଛି । ଏହି କଥା ଯଦି ସତ ହୁଏ ତେବେ ଦଳ ଉଭୟ ନେତାଙ୍କୁ ଠିକ୍‌ ଜାଗାରେ ଥଇଥାନ କରିପାରିବ । ଯଦି ଦଳ ଉପଯୁକ୍ତ ନିଷ୍ପତ୍ତି ନେବାରେ ଭୁଲ କରିବ ତେବେ ଉଭୟ ନେତାଙ୍କ ମଧ୍ୟରୁ କାହାକୁ ରାଜନୀତିରେ ନରମ ହେବାକୁ ପଡ଼ିବ ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି । ଏଭଳି ସମୟରେ ଇଂ. ଜେନା ଦିଲ୍ଲୀରେ ଷଡ଼ଙ୍ଗୀଙ୍କୁ ଭେଟିବା ସକାରାତ୍ମକ ଭାବନାର ପ୍ରମାଣ ଦେଇଛି । ବିଜେପିରେ ଇଂ. ଜେନା ମିଶିବା ପରଠୁ ପ୍ରତାପଙ୍କୁ ନିଜର ନେତା ବୋଲି ସ୍ୱୀକାର କରିବା ସହ ତାଙ୍କ ନେତୃତ୍ୱରେ କାମ କରିବା ନେଇ କହିଛନ୍ତି । ଏସବୁ ସତ୍ତ୍ଵେ ୨୦୨୯ ନିର୍ବାଚନ ପର୍ୟ୍ୟନ୍ତ ଉଭୟଙ୍କ ସମ୍ପର୍କ କେମିତି ରହୁଛି ତାହା ସମୟ ହିଁ କହିବ ।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ