
ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀ ଶ୍ରୀ ସୁଶାନ୍ତ କୁମାର ନାୟକଙ୍କ ଅବସର ଉପଲକ୍ଷେ ଏକ ଭାବପ୍ରବଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଶ୍ରୀ ନାୟକ ୧୨ ମେ ୧୯୮୯ ମସିହାରେ ମହାବିଦ୍ୟାଳୟରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ। ଦୀର୍ଘ ୩୭ ବର୍ଷ ଧରି ସେ ନିଷ୍ଠା, ସଚ୍ଚୋଟତା ଓ କର୍ତ୍ତବ୍ୟପରାୟଣତାର ସହିତ ନିଜର ଦାୟିତ୍ୱ ସମ୍ପାଦନ କରି ମହାବିଦ୍ୟାଳୟର ଉନ୍ନତିରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ତାଙ୍କର ଦୀର୍ଘ ସେବାକୁ ସ୍ମରଣ କରି ମହାବିଦ୍ୟାଳୟ ପରିବାର ପକ୍ଷରୁ ସମ୍ମାନର ସହ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଏହି ଅବସରକାଳୀନ ସଭା କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଉମାକାନ୍ତ ରଥ ସଭାପତିତ୍ୱ କରିଥିଲେ। ଉପସ୍ଥିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଶ୍ରୀ ନାୟକଙ୍କ କର୍ମନିଷ୍ଠା, ସରଳ ବ୍ୟକ୍ତିତ୍ୱ ଓ ମହାବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ।ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଳା ସାହୁ ସଭାକୁ ସଂଯୋଜନା କରିଥିବା ବେଳେ ସଭାପତି ଶ୍ରୀ ଉମାକାନ୍ତ ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ନାୟକଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇ ଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




