ଦେବଗଡ଼ ରାସ୍ତା ଦେଇ କୋଇଲା ପରିବହନକୁ ଜୋରଦାର ବିରୋଧ

ସେଣ୍ଢା-ଅନ୍ଧାରୀ ରାସ୍ତାରେ ବସିରହିଛନ୍ତି ଶତାଧିକ ଜନସାଧାରଣ

ଦେବଗଡ଼ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୋଇଲାଖଣିରୁ ଦେବଗଡ଼ ଜିଲ୍ଲା ଅଞ୍ଚଳର ରାସ୍ତା ଦେଇ କୋଇଲା ପରିବହନକୁ ଜୋରଦାର ବିରୋଧ କରାଯାଇଛି। ଜିଲ୍ଲାର ରିଆମାଳ ବ୍ଲକ୍‌ ଅନ୍ତର୍ଗତ ବୁଢ଼ାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନ ପାଇଁ କମ୍ପାନି ପକ୍ଷରୁ ସ୍ଥିର ହୋଇଥିବା ବେଳେ ଏହାକୁ ଅଞ୍ଚଳରେ ଜୋରଦାର ବିରୋଧ କରାଯାଇଛି। କୋଇଲା ପରିବହନ ଗାଡ଼ିଗୁଡ଼ିକୁ ଛଡ଼ା ନ ଯିବାକୁ ଆଜି ରାତି ୧୦ଟାରେ ସେଣ୍ଢା-ଅନ୍ଧାରୀ ରାସ୍ତା ଉପରେ ଶତାଧିକ ଜନସାଧାରଣ ବିରୋଧକରି ବସି ରହିଛନ୍ତି। ଗାଁର ସଭାପତି ପବନୀ ଦେହୁରୀ, ସମ୍ପାଦକ ଦୁଷ୍ମନ୍ତ ବେହେରାଙ୍କ ନେତୃତ୍ବରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବୁଢ଼ାପାଳ ସରପଞ୍ଚ ଦିଲୀପ ଆଚାର୍ଯ୍ୟ ପହଞ୍ଚି ବସିଛନ୍ତି। ଅଭିଯୋଗ ଅନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ର ନୈନି କୋଇଲାଖଣିରୁ କଣିହାଁ ବ୍ଲକ୍‌ସ୍ଥିତ ଡେରେଙ୍ଗ ଜିନ୍ଦଲ ପାୱାର ପ୍ଲାଣ୍ଟକୁ କୋଇଲା ପରିବହନ କରାଯିବ। କୋଇଲା ଖଣିରୁ ଡାଇଭର, କଙ୍କରୁଖୋଳ, ଚାଙ୍ଗୁଡ଼ିଆ ଗ୍ରାମର ରାସ୍ତାଦେଇ ଗଲେ ୮ କି.ମି. ହେବ। ସେହିପରି ଏକ ନୂତନ ଜଙ୍ଗଲିଆ ରାସ୍ତା ଦେଇ ଗଲେ ୫ କି.ମି. ପଡ଼ିବ। ମାତ୍ର ସେହି ଅଞ୍ଚଳର ଜନସାଧାରଣ ବିରୋଧ ପରେ କମ୍ପାନି ପକ୍ଷରୁ ରିଆମାଳ ବ୍ଲକର ବୁଢ଼ାପାଳ ପଞ୍ଚାୟତ ଅନ୍ତର୍ଗତ ସେଣ୍ଢା, ଗମ୍ଭାରିପାଳ ଗ୍ରାମ ଏବଂ ପରା ପଞ୍ଚାୟତର ଲୋହରାକୋଟ ଗ୍ରାମ ଦେଇ ଯିବାକୁ ସ୍ଥିର କରିଛନ୍ତି। ଏହି ରାସ୍ତାଟି ଅଣଓସାରିଆ ନୁହେଁ। ରାସ୍ତାର ଉଭୟ ପାର୍ଶ୍ୱରେ ଘର‌ ରହିଥିବା ବେଳେ ଗୋରୁ ଗାଈ ମଧ୍ୟ ବନ୍ଧା ଯାଉଛି। ରାସ୍ତା ଦେଇ ଟ୍ରକ୍‌ଗୁଡ଼ିକ ଯାତାୟାତ କଲେ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ଦୁର୍ଘଟଣା ଘଟିବ। କୋଇଲା ଗୁଣ୍ଡ ଉଡ଼ି ରୋଗାକ୍ରାନ୍ତ ହେବା ସହ ଚାଷଜମି ନଷ୍ଟ ହେବ। ଫଳରେ ୩ ଗ୍ରାମର ଶତାଧିକ ଜନସାଧାରଣ ଏହାକୁ ତୀବ୍ର ବିରୋଧ କରି କୋଇଲା ଗାଡ଼ିକୁ ଯିବାକୁ ନ ଦେବାକୁ ବସିଛନ୍ତି। କାହା ନିର୍ଦ୍ଦେଶରେ କମ୍ପାନି ପକ୍ଷରୁ ଏହା ସ୍ଥିର କରାଯାଇଛି ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ଖବର ପାଇ ପୁଲିସ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛି।

  • Related Posts

    ସୌମ୍ୟ ହତ୍ୟା ଘଟଣା ; NHRCରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

    ଭୁବନେଶ୍ୱର : ବହୁ ଚର୍ଚ୍ଚିିତ ସୌମ୍ୟ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ଚତୁର୍ଥ ଦିନରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ରେ ଚାଲିଛି ମାରାଥନ୍ ଜେରା।ଏନଏଚଆରସି ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା…

    Continue reading
    ବିଶ୍ଵ ବାଇ ସାଇକେଲ ଦିବସ ପାଳିତ

    ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ଦେବଗଡ଼ ପକ୍ଷରୁ ରିଆମାଳ ବ୍ଳକ ସଦର ମହକୁମା ରେ ବିଶ୍ଵ ବାଇ ସାଇକେଲ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ରିଆମାଳ ସ୍ଥିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ