
କଟକ: କଟକରୁ ଗିରଫ ହୋଇଥିବା ଆଲ୍ କାଏଦା ଆତଙ୍କୀ ସଂଗଠନର ସନ୍ଦିଗ୍ଧ ସହଯୋଗୀ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ। ପ୍ରମାଣ ଅଭାବରୁ ତାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରାଜଜ୍।
୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଚ୍ଛ ଅଞ୍ଚଳରୁ ଅବଦୁର ରେହମାନକୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ଚଢ଼ାଉ କରି ତାକୁ ଓଡ଼ିଶା ମାଟିରୁ ଟେକି ନେଇଥିଲେ।
ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ସହଯୋଗୀ ସଂଗଠନ AQIS ସହ ତାର ସିଧାସଳଖ ସମ୍ପୃକ୍ତି ଥିବା ନେଇ ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଦୀର୍ଘ ବର୍ଷର ଶୁଣାଣି ପରେ ଆଜି ମାମଲାର ଅନ୍ତ ଘଟିଛି। କୋର୍ଟରେ ପ୍ରମାଣ ଦାଖଲ କରିବାରେ ପ୍ରଶାସନ ବିଫଳ ହେବାରୁ ତାକୁ ମୁକ୍ତ କରାଯାଇଛି।


