ଦେଶବାସୀଙ୍କୁ ଟ୍ରମ୍ପଙ୍କ ସମ୍ବୋଧନ : ଇରାନ ସହ ନୋ ଡିଲ୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ଆମେରିକାକୁ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ। କହିଲେ ଇରାନ ସହ ନୋ ଡିଲ୍। ତେହେରାନକୁ ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ଦେବୁ ନାହିଁ। ଏପରିକି ଯେଉଁ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ପାଇଁ ସେ ଇରାନ ସହ ଲଢୁଥିଲେ ଏବେ କହିଲେଣି ଆମେରିକା ପାଇଁ ହୋର୍ମୁଜ୍ ଗୁରୁତ୍ଵପୂର୍ଣ୍ଣ ନୁହେଁ। ଲାଗୁଛି ଇରାନ ଯୁଦ୍ଧ ଏବଂ ହୋର୍ମୁଜ୍ ପ୍ରଣାଳୀକୁ ନେଇ ଏବେବି କନଫ୍ୟୁଜ୍ ରେ ଅଛନ୍ତି ଆମେରିକା ରାଷ୍ଟ୍ରପତି।
ଗୁରୁବାର ସକାଳ ସାଢେ ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ୍ କହିଛନ୍ତି ଯେ, ଇରାନର ସମସ୍ତ ଟପ୍ ନେତାଙ୍କୁ ନିପାତ କରାଯାଇଛି । ମାସେ ହେଲା ଇରାନ ସହ ଯୁଦ୍ଧ ଜାରି ରହିଛି । ଇରାନର ପରମାଣୁ ପ୍ରକଳ୍ପକୁ କେବେ ହେଲେ ସଫଳ କରାଇ ଦିଆଯିବ ନାହିଁ । ଇରାନ କେବେହେଲେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇପାରିବ ନାହିଁ । ଇସ୍ରାଏଲ ଏବଂ ଆମେରିକା ଏହି କାମରେ ଲାଗିଛନ୍ତି । ଆମେରିକାର ଯବାନ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ଆମେରିକା ଏବେ ପ୍ରାୟ ତେଲ ଆଣୁ ନାହିଁ। ଆମକୁ ଏହାର ଆବଶ୍ୟକତା ନାହିଁ। ଯେଉଁ ଦେଶ ଗୁଡ଼ିକୁ ଏହି ଜଳମାର୍ଗ ଦେଇ ତେଲ ମିଳୁଛି ସେମାନେ ଏହା ଉପରେ ଧ୍ୟାନ ଦେବା ଜରୁରୀ।
ୟୁଏସ୍ ରାଷ୍ଟ୍ରପତି କହିଛନ୍ତି ଯେ, ସେମାନେ ଲକ୍ଷ୍ୟର ନିକଟତର ହୋଇଛନ୍ତି । ଆମେରିକା ହାତକୁ ନେଇଥିବା କାମକୁ ଶୀଘ୍ର ପୂରା କରିବ । ଯୁଦ୍ଧ ଜାରି ରହିଥିବା ଯାଏଁ ଆମେରିକା ଗଲଫ୍ ଦେଶର ରକ୍ଷା କରିବ । ଇରାନର ମିସାଇଲ କ୍ଷମତାଠୁ ଆରମ୍ଭ କରି ସାମରିକ ଶକ୍ତିକୁ ନଷ୍ଟ କରାଯାଇଛି । ଇରାନ ଯେପରି କୌଣସି ଆଣବିକ ଶକ୍ତି ବିକଶିତ କରିପାରିବ ନାହିଁ ତାହାକୁ ଆମେରିକା ସୁନିଶ୍ଚିତ କରିବ। ଟ୍ରମ୍ପ୍ କହିଛନ୍ତି ଯେ, ସେ ହର୍ମୋଜ୍ ଷ୍ଟ୍ରେଟ୍ ଆସିବେ । ଏହାର ସୁରକ୍ଷା ମଧ୍ୟ କରିବେ । ଯେତେବେଳେ ଯୁଦ୍ଧ ସରିବ ଏହା ଖାଲି ହୋଇଯିବ । ଆସନ୍ତା ଦୁଇରୁ ତିନି ସପ୍ତାହରେ ଆମେରିକା ଆହୁରି ଘାତକ ଆକ୍ରମଣ କରାଯିବ ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଅଭିଭାଷଣରେ ଭେନେଜୁଏଲା ବିଷୟରେ କହିଛନ୍ତି ଏବଂ ଆମେରିକୀୟ ସୈନ୍ୟଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକୀୟ ସୈନ୍ୟ ଏକ ଦ୍ରୁତ ଅଭିଯାନ ମାଧ୍ୟମରେ କିଛି ମିନିଟ୍ ମଧ୍ୟରେ ଭେନେଜୁଏଲା ଉପରେ ନିୟନ୍ତ୍ରଣ ହାସଲ କରିଥିଲେ। ଏହି ମିଶନକୁ ଦ୍ରୁତ, ଘାତକ ଏବଂ ଶକ୍ତିଶାଳୀ ଥିଲା। ଯାହାକି ସାରା ବିଶ୍ୱରେ ଆମେରିକାକୁ ସମ୍ମାନ ପ୍ରଦାନ କରିଛି। ଏବେ ଆମେରିକା ଭେନେଜୁଏଲାର ବିଶାଳ ଗ୍ୟାସ୍ ଏବଂ ତୈଳକୁ ବିକ୍ରି କରିବା ପାଇଁ ମିଳିତ ଭାବେ କାର୍ୟ୍ୟ କରୁଛି । ମଧ୍ୟପ୍ରାଚ୍ୟରେ ମଧ୍ୟ ଶକ୍ତି କ୍ଷେତ୍ରରେ ଆମେରିକାକୁ ସ୍ୱାଧିନତା ମିଳିଛି । ଯାହା ସେ ସହଯୋଗୀ ଗଲଫ୍ ଦେଶଙ୍କ ସହ ମିଶି ଆଗକୁ ବଢାଇବେ।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ