ଧୀରେ ଧୀରେ ବନ୍ୟା ସ୍ଥିତିରେ ଆସୁଛି ସୁଧାର

ଭୁବନେଶ୍ବର : ଧୀରେ ଧୀରେ ବନ୍ୟା ସ୍ଥିତିରେ ଆସୁଛି ସୁଧାର । ମହାନଦୀରେ ପାଣି କମୁଛି ସିନା ହେଲେ ବଢିଯାଇଛି ଦୁର୍ଦ୍ଦଶା । ପାଣି ଘେରରେ ବୁଡି ରହିଛି ଅନେକ ତଳିଆ ଗାଁ । ବ୍ୟାପକ ଧନ ଜୀବନ ନଷ୍ଟ ହୋଇଛି । ବନ୍ୟାରେ ବେହାଲ୍ ହୋଇଛି ଓଡ଼ିଶା । ହେକ୍ଟର ହେକ୍ଟର ଚାଷଜମି ବାଲି ଚରି ଯାଇଛି । ଫଳରେ ପନି ପରିବା ଚାଷରୁ ଧାନ ଚାଷ ସବୁ କିଛି ଉଜୁଡ଼ି ଯାଇଛି ।

ଭଦ୍ରକ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । କିନ୍ତୁ ତଳିଆ ଅଞ୍ଚଳରେ ଏବେ ମଧ୍ୟ ବନ୍ୟା ପାଣି ଜମି ରହିବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଉପର ମୁଣ୍ଡ ରେ ବନ୍ୟା ପାଣି ଛାଡିବା ପରେ କ୍ଷୟକ୍ଷତି ହୋଇଥିବା ସ୍ଥାନରେ ମରାମତି ଆରମ୍ଭ ହୋଇଛି । ଅନେକ ସ୍ଥାନରେ ରାସ୍ତା ,କେନାଲ ଓ ପ୍ରୋଟେକସନ୍ ୱାଲ୍ ଗୁଡ଼ିକ ଭାସି ଯାଇଛି । କେତେକ ସ୍ଥାନ ରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଦୀର୍ଘ ୫ ଦିନ ହେବ ପାଣି ଘେରରେ ରହିଛନ୍ତି ନଈକୂଳିଆ ଲୋକେ । ନା ଖାଇବାକୁ ଗଣ୍ଡେ ଦାନା ଅଛି ନା ପିଇବାକୁ ଅଛି ପାନୀୟ ଜଳ । ଜଳସ୍ତର କମିବା ସତ୍ୱେ ମଧ୍ୟ ଘରୁ ବାହାରି ପାରୁନାହାନ୍ତି ଲୋକେ । ଏବେବି ଘର ଭିତରେ ଜମି ରହିଛି ଆଣ୍ଠୁଏ ପାଣି । ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ, ଅଳପୁଆ, ତରଡିପାଳ, ଅଣ୍ଢରା , ସିଂହଗାଁ ପଞ୍ଚାୟତ ସବୁଠୁ ବେଶୀ ପ୍ରଭାବିତ ହୋଇଛି । ଏହି ୫ ପଂଚାୟତର ଲୋକ ମାନେ ପାଣି ଘେରରେ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପୁରୀ ଜିଲ୍ଲା କଣାସ ବ୍ଲକ ଜାଗୁଆଳିପଦର ଗାଁ ନିକଟ ଦୟା ନଦୀରେ ଘଳିଆ ସୃଷ୍ଟି ହୋଇଛି । ଏଥି ଯୋଗୁ ବନ୍ୟା ବଢ଼ିଛି ।କଉଡ଼ିଖଣି, ସାହସପୁର, ବଡଓରା, ସାନଓରା, ପାଇକମରା, ଜଗୁଳାଇପଦର୍ ଗୋପୀନାଥପୁର , କଳାପଦର ଆଦି ୮ ରୁ ଉର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ରହିଛି । ଆଉ କିଛି ସ୍ଥାନରେ ମଧ୍ୟ ଘଳିଆ ପଡିଛି । ସେପଟେ ବଡାସ,ତରପଡା, ଦୋକନ୍ଦା ଗାଁରେ ବନ୍ୟା ସ୍ଥିତି ବେହାଲ । ୧୦୦ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି । ଘରେ ଭିତରେ ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ଲହଡି ଭାଙ୍ଗୁଛି । କଣାସ ର ୬ ଟି ପଞ୍ଚାୟତର ୨୦ ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି ।

ରାଜୁଆ ନଦୀରେ ବନ୍ୟାଜଳ ନରଣଗଡ, ଓରବରସିଂହ ପଞ୍ଚାୟତ କୁ କ୍ଷତିଗ୍ରସ୍ତ କରିଛି । ଦୁଇଟି ପଞ୍ଚାୟତର ହିରିମୁଳ,ଡିହଖଳା,ମାନପୁର, ଧବଳପୁର, ହାଡପଦା, ଓରିମି ଆଦି ୮ ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି । ହିରିମୂଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲୋକଙ୍କ ଦୁଃଖ କହିଲେ ନସରେ । ନରଣଗଡ ପଞ୍ଚାୟତ ଧବଳପୁର , ବଳପୁର ଗାଁରେ ପାଣି ପଶି ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅନ୍ୟପଟେ, ଦୟା ନଦୀରେ ବନ୍ୟା ପାଣି ପ୍ରବେଶ କରିବା ପରେ ଭୁବନେଶ୍ୱର ଉପକଣ୍ଠ ବୁଡିଯାଇଛି । ସୁନ୍ଦରପଦା ଅଞ୍ଚଳର କ୍ଷେତ୍ରପାଳ ଅଞ୍ଚଳ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡି ରହିଛି । ଦୟା ନଦୀର ପାଣି ରାସ୍ତା ଘାଟ ଡେଇଁ ଘର ଭିତରକୁ ପଶିଛି । ମୁଖ୍ୟ ରାସ୍ତା ପାଣିରେ ବୁଡି ଯାଇଛି । ଘରୁ ବାହାରି ପାରୁନାହାନ୍ତି ଲୋକ ।

ମହାନଦୀ ଓ ଦେବୀ ନଦୀରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ବନ୍ୟା ବିପନ୍ନଙ୍କ ବିପଦ ଟଳି ନାହିଁ । ଛଅ ଦିନ ହେଲାଣି ଗାଁ ଦାଣ୍ଡରେ ପାଣି ଚାଲୁଛି । ଘର ଦ୍ୱାର ପାଣିରେ ବତୁରି ମିଳେଇ ଗଲାଣି । ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି ଜଗତସିଂହପୁର ଜିଲା ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ଶତାଧିକ ବନ୍ୟା ବିପନ୍ନ । ମହାନଦୀରେ ଜଳ ସ୍ତର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ପୁଣି ସନ୍ଧ୍ୟାରେ ପାଣିର ପରିମାଣ କିଛି ବୃଦ୍ଧି ପାଇବ ବୋଲି ଆକଳନ କରା ଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବନ୍ୟା ବିପନ୍ନ ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ