ନବୀନ ଭିତରେ କୋଳାକୋଳି ବାହାରେ କଳି କରନ୍ତି: କଂଗ୍ରେସ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଅନନ୍ତ ନାରାୟଣ ସେଠୀ, ପୂର୍ବତନ ବିଧାୟକ ସୁଜିତ ପାଢ଼ୀ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର ଝୁନା ପଟ୍ଟନାୟକ ଯୋଗ ଦେଇଥିଲେ ।ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ ସାଂସଦ ଶ୍ରୀ ସେଠୀ କହିଲେ, ନୂଆପଡା ଉପନିର୍ବାଚନରେ ମୁଖ୍ୟତଃ ତିନି ଦଳ ନିର୍ବାଚନ ଲଢ଼ୁଛନ୍ତି । ତେବେ ନିର୍ବାଚନ ଘୋଷଣା ହେବା ପରେ ପିସିସି ସଭାପତି ଭକ୍ତ ଦାସ ଏଆଇସିସି ଓ ପିସିସି ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ତୁରନ୍ତ ପ୍ରାର୍ଥୀ ଘୋଷଣା କରିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜଣେ ଲୋକପ୍ରିୟ ନେତା ତା ସହିତ ଆଦିବାସୀ ମଧ୍ୟ । ଭକ୍ତ ଦାସ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାଂସଦ ଥିଲେ ତେଣୁ ତାଙ୍କ ପଞ୍ଚାୟତ ସ୍ତର ପର୍ୟ୍ୟନ୍ତ ଲୋକସମ୍ପର୍କ ଅଛି । ଅଞ୍ଚଳର ସମସ୍ତ ରୂପ ରେଖ ସେ ଜାଣନ୍ତି । ତାଙ୍କ ଦବଦବା ଅଛି । ବିଜେଡି ବିଜେପି ନିଜ ଭିତରେ ବୁଝାମଣାକରି ଅଦଳ ବଦଳ କରି ପ୍ରାର୍ଥୀ ଦେଲେ । ନବୀନ ବାବୁ ନୂଆପଡା ଯାଇ ବିଷୋଦ୍ଗାର କରିଛନ୍ତି ବୋଲି ଶୁଣି ଆଶ୍ଚର୍ୟ୍ୟ ଲାଗିଲା । ଭିତରେ କୋଳାକୋଳି ବାହାରେ କଳି କରୁଥିବା ନବୀନ ବାବୁ ଦୀର୍ଘ ୨୫ ବର୍ଷ ଧରି ବିଜେପି ସହିତ ବୁଝାମଣା କରି ଓଡିଶାବାସୀଙ୍କୁ କେବଳ ପ୍ରତାରଣା କରିଛନ୍ତି । ଆଜି ସେ ଭୋଟ ଚୋରୀ ପ୍ରସଙ୍ଗ କହୁଛନ୍ତି ଯାହା ଆମ ନେତା ରାହୁଳ ଗାନ୍ଧୀ ଭୋଟ ଚୋରୀକୁ ଦେଶରେ ଏକ ଆନ୍ଦୋଳନ କରିଛନ୍ତି । ପ୍ରକୃତରେ ଭୋଟ ଚୋରୀ କଂଗ୍ରେସର ହୋଇଛି । ନବୀନ-ସାମଲ-ଶାହା ବିଜେଡି ବିଜେପି ଓ ଶାସନ ନାମରେ ଏକ ରାକେଟ ଚଳାଇଛନ୍ତି ।
ବିଗତ ୨୫ ବର୍ଷରେ ଆଦିବାସୀଙ୍କ କଣ ଉନ୍ନତି ବିଜେଡି ଏବଂ ବିଜେପି କରିଛନ୍ତି ତାହାର ହିସାବ ଦେଇ ପାରିବେ କି ? କିନ୍ତୁ କଂଗ୍ରେସ କେବଳ ଉତ୍ତର ଦେବାକୁ ସକ୍ଷମ । ରାଜୀବ ଗାନ୍ଧୀ ମରୁଡି ପ୍ରପୀଡ଼ିତ କଳାହାଣ୍ଡି ଗସ୍ତରେ ଆସି କୋମନା ଯାଇଥିଲେ ଏବଂ ଲୋକଙ୍କ ଦୁରାବସ୍ଥା ଦେଖି ତାଙ୍କ ହୃଦୟ ଅତ୍ୟନ୍ତ ବ୍ୟଥିତ ହୋଇଥିଲା ଫଳରେ କେବିକେ ଯୋଜନାର ଶୁଭାରମ୍ଭ ହେଲା, ଇନ୍ଦ୍ରାବତୀ, ପତୋରା, ତିଖାଲୀ ଆଦି ବୃହତ ନଦୀବନ୍ଧ ଯୋଜନା କାର୍ୟ୍ୟକାରୀ କରି ଚିର ମରୁଡି ପ୍ରପୀଡ଼ିତ ଅବିଭକ୍ତ କଳାହାଣ୍ଡିକୁ ଶସ୍ୟ ଶ୍ୟାମଳା କରାଗଲା । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ୧୫୩ ବ୍ଲକରେ ଆଦିବାସୀଙ୍କ ଉନ୍ନତି ପାଇଁ ୪% ସୁଧରେ ଋଣ ବ୍ୟବସ୍ଥା ହୋଇଥିଲା । ଇନ୍ଦିରା ଗାନ୍ଧୀଙ୍କ ବିଂଶସୂତ୍ରୀ କାର୍ୟ୍ୟକ୍ରମ ଜରିଆରେ ଦେଶର ଗରିବ ଓ ଆଦିବାସୀଙ୍କୁ ସହାୟତା ଆରମ୍ଭ କରା ଯାଇଥିଲା । ବିଜେପି ଆଦିବାସୀ ମୁଖ୍ୟମନ୍ତ୍ରୀ କରିଛି ବୋଲି ଭାଷଣ ଦେଉଥିବା ବେଳେ ‘ପେସା’ ଆଇନକୁ କାହିଁକି ଲାଗୁ କରୁନାହିଁ ? କାରଣ ଜଙ୍ଗଲ ଜମି ଜଳ ଅଦାନୀଙ୍କ ହାତରେ ଟେକିବା କଷ୍ଟ ହେବ ସେଥିପାଇଁ ‘ପେସା’ ଆଇନ ବୋଧହୁଏ ଲାଗୁ କରୁ ନାହାନ୍ତି ।
ନବୀନ ପଟ୍ଟନାୟକ ଏପଟେ ଭୋଟ ଚୋରୀ ପ୍ରସଙ୍ଗ ଉତ୍ଥାପନ କରୁଥିବାବେଳେ ନିଜ ପାଖଲୋକ ଅମର ପଟ୍ଟନାୟକଙ୍କୁ ବିଜେପି ପଠାଉଛନ୍ତି । ତେଣୁ ଦେଖିବାକୁ ଗଲେ ପ୍ରତାରଣାରେ ବିଜେପି ବିଜେଡି ପ୍ରତିଯୋଗିତା କରୁଛନ୍ତି । ନବୀନ ବାବୁଙ୍କ ନୂଆପଡା ଗସ୍ତ କେବଳ ଏକ ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହେଁ ।
ନୂଆପଡାବାସୀ ନିଷ୍ପତ୍ତି ନେଇଛନ୍ତି ସେମାନେ ନିଜ ମାଟିର ସନ୍ତାନ, ଆଦିବାସୀଙ୍କ ହିତାକାଂକ୍ଷୀ ଓ ନୂଆପଡାର ଲଢୁଆ ପୁଅ ଘାସିରାମ ମାଝୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବେ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ କହିଲେ, ଅମର ପଟ୍ଟନାୟକ ୨୦୨୮ ରେ ଚାକିରୀ ଛାଡି ବିଜେଡିରେ ଯୋଗଦେଇ ୨୦୧୯- ୨୦୨୪ ରାଜ୍ୟସଭା ସଦସ୍ୟ ଥିଲେ । ବିଜେଡିର ଆଇଟି ସେଲ ଅଧ୍ୟକ୍ଷ ଥିଲେ । କିଛିଦିନ ତଳେ ଅମର ବାବୁ ଓ ଏକ ପ୍ରତିନିଧି ଦଳ ଭୋଟ ଚୋରୀ ପ୍ରସଙ୍ଗ ନେଇ ରାଜ୍ୟପାଳଙ୍କୁ ଭେଟି ଥିଲେ । ବୁଥ ସ୍ତରରେ ପରିଗଣନା କରି ସାରା ରାଜ୍ୟରେ ୧୦% ଓ କେନ୍ଦୁଝରରେ ୧୩ % ଅଧିକ ଭୋଟ ପଡ଼ିଥିବା ପ୍ରସଙ୍ଗ ପ୍ରକାଶ କରିଥିଲେ। ବୋଧହୁଏ ଏହାକୁ ଚପାଇବା ପାଇଁ ବିଜେପି ଦଳରେ ନବୀନ ବାବୁଙ୍କ ଇଙ୍ଗିତରେ ସାମିଲ ହେଲେ କ୍ଷ ଜଣେ ବ୍ୟକ୍ତି ମୋଟ ୬ ବର୍ଷରେ ଦୁଇଟି ଦଳରେ କେମିତି ରହିବ । ତେବେ ଓଡିଶାବାସୀ ଦଳ ବଦଳୁ ମାନଙ୍କ ଚାଲ ଓ ଚରିତ୍ର ଜାଣିଛନ୍ତି । ଘାସିରାମଙ୍କ ଲୋକପ୍ରିୟତା ଦେଖି ବିଜେପି ବିଜେଡି ନା ନା ପ୍ରକାର ଫନ୍ଦି ଫିକର କରୁଛନ୍ତି ବୋଲି ଶ୍ରୀ ପାଢ଼ୀ ଉତ୍ତର ରଖିଥିଲେ ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ନିଟ୍ ଓ ସିବିଏସ୍ଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ:
ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର- ବିଜେଡି

    ଭୁବନେଶ୍ୱର: ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ