ଭୁବନେଶ୍ବର: କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ବିନା ଅନୁମତିରେ ଯାଞ୍ଚ ପାଇଁ ବେଆଇନ ଭାବେ ବିଜେଡ଼ି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘରକୁ ପ୍ରବେଶ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ।
ସୂଚନାଥାଉକି, ନିକଟ ଅତୀତରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘରେ ପୁଲିସ ଚଢ଼ାଉ କରିଥିଲା । ନୂଆପଡା ଖରିଆର୍ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିଲା। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ପ୍ରୀତିରଞ୍ଜନ ଥିବା ବେଳେ ତାଙ୍କ ଘରେ ଚଢ଼ାଉ କରିଥିଲା ପୁଲିସ। ସେତେବେଳେ ପୁଲିସର ଅତର୍କିତ ଚଢ଼ାଉକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀମାନେ ଅଭିଯୋଗ କରିଥିଲେ । ନୂଆପଡା ଉପନିର୍ବାଚନ ସମୟରେ ଜଣେ ଦକ୍ଷ ବିଜେଡି ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଥିଲା ବିଜେଡି । ଉପନିର୍ବାଚନ ସମୟରେ କୌଣସି ଖବର ପାଇ ପୁଲିସ ଓ ଜିଲ୍ଲାପାଳ ଚଢ଼ାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ। ତେବେ କୌଣସି ସର୍ଚ୍ଚ ଓ୍ବାରେଣ୍ଟ ବିନା ପ୍ରୀତିଙ୍କ ଅନୁପସ୍ଥିତିରେ ତାଙ୍କ ଘରକୁ ପ୍ରବେଶ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଇସିଆଇଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ।
ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ
ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…


