ବିହାରରେ ୧୬୦ରୁ ଉର୍ଦ୍ଧ୍ୱ ଆସନ ଜିତିବ ଏନ୍‌ଡିଏ: ଅମିତ ଶାହ

ନୂଆପଡା: ବିହାରରେ ଗୁରୁବାର ପ୍ରଥମ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଶାସକ ଏନ୍‌ଡିଏ ରାଜ୍ୟରେ ସ୍ପଷ୍ଟ ଏବଂ ସହଜ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶାହ କହିଛନ୍ତି, ବିହାରରେ ଏନ୍‌ଡିଏ ଭଲ ସ୍ଥିତିରେ ଅଛି । ଆମେ ୧୬୦ରୁ ଅଧିକ ଆସନରେ ଜିତି ନୀତୀଶ କୁମାରଙ୍କ ନେତୃତ୍ୱରେ ସରକାର ଗଠନ କରିବୁ । ମେଣ୍ଟରେ ସାମିଲ ସବୁ ଦଳର ଷ୍ଟ୍ରାଇକ୍‌ ରେଟ୍‌ ମଧ୍ୟ ଭଲ ରହିବ । ନୀତିଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଦିଲ୍ଲୀରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି । ତେଣୁ ଉଭୟ ପଦ ଖାଲି ନଥିବା ସେ ଦର୍ଶାଇଥିଲେ ।

ମହାମେଣ୍ଟ ପୋଷ୍ଟରରୁ ଲାଲୁ ଯାଦବଙ୍କ ଫଟୋ ଗାୟବ ଥିବା ନେଇ ସାକ୍ଷାତକାରରେ ଶାହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ, ଆମର ପୋଷ୍ଟରରେ ଅନେକ ନେତାଙ୍କୁ ସ୍ଥାନ ଦିଆଯାଇଥାଏ ଯେଉଁମାନେ ନିର୍ବାଚନ ଲଢ଼ନ୍ତି ନାହିଁ । ତଥାପି ଆମେ ତାଙ୍କୁ ପୋଷ୍ଟରରେ ରଖିଥାଉ । ଏପରିସ୍ଥଳେ ମହାମେଣ୍ଟ ନିଜର ଏହି ପଦକ୍ଷେପ ପଛର କାରଣ ଦର୍ଶାଉ । ସେହିପରି ଭୋଟ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତନାଟ୍ୟମ ନାଚିପାରିବେ ବୋଲି ରାହୁଲ ଗାନ୍ଧୀଙ୍କ ବୟାନକୁ ଶାହ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ, ଏଭଳି ମନ୍ତବ୍ୟ କଂଗ୍ରେସର ହତାଶାକୁ ଦର୍ଶାଉଛି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବାପରେ ଜନତାଙ୍କ ନିକଟରେ ପହଞ୍ଚି ନ ପାରିବାରୁ ଜଣେ ପ୍ରଧାନମନ୍ତ୍ରୀ ପ୍ରଚାର କରିବା ଅନୁଚିତ୍‌ ବୋଲି କଂଗ୍ରେସ କହିବା ଆରମ୍ଭ କଲା । କ’ଣ ପାଇଁ ଜଣେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ନାହିଁ । ନିର୍ବାଚନ ହେଉଛି ଗଣତନ୍ତ୍ରର ପର୍ବ । ଜନତାଙ୍କ ସହ ଯୋଡି଼ହେବା ସବୁ ନେତାଙ୍କର ଦାୟିତ୍ୱ । ଯେତେଥର କଂଗ୍ରେସ ମୋଦିଜୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଛି ସବୁଥର ଦେଶର ଜନତା ବିଜେପିର ବିଜୟକୁ ସୁନିଶ୍ଚିତ କରି ତାର ଜବାବ ଦେଇଛନ୍ତି । ଏଥର ମଧ୍ୟ ସେମାନଙ୍କ ଗାଳିର ଓଲଟା ପ୍ରଭାବ ପଡି଼ବ ।

ବିହାରରେ ଏସ୍‌ଆଇଆର୍‌ ପ୍ରସଙ୍ଗରେ ସେ କହିଥିଲେ ଯେ, ଏହା ଏକ ରୁଟିନ୍‌ ପ୍ରଶାସନିକ ପ୍ରକ୍ରିୟା । ଏହା କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ହେଉନାହିଁ । ଏହାକୁ ପର୍ୟ୍ୟାୟକ୍ରମେ କରାଯାଉଛି । ୧୯୫୫ ମସିହାରୁ ଅଦ୍ୟାବଧି ୧୧ ଥର ଏସ୍‌ଆଇଆର ହୋଇସାରିଛି । ସେହିପରି ରାଜ୍ୟରେ ୬୫ ଲକ୍ଷ ଜାଲ୍‌ ଭୋଟରଙ୍କୁ ତାଙ୍କ ଦଳ ନୁହେଁ, ନିର୍ବାଚନ କମିଶନ ବାଦ୍‌ କରିଥିବା ସେ ପ୍ରକାଶ କରିଥିଲେ । ଶାହ ଆହୁରି କହିଥିଲେ, ଜାତି, ଧର୍ମ ନିର୍ବିଶେଷରେ ସମାଜର ସମସ୍ତ ବର୍ଗର ବିକାଶ ଉପରେ ଏନ୍‌ଡିଏର ଫୋକସ୍‌ ରହିଛି । ଉନ୍ନତ ଶାସନ ଏବଂ ଜନକଲ୍ୟାଣମୁଖୀ କାର୍ୟ୍ୟକ୍ରମ ଯୋଗୁ ଏନ୍‌ଡିଏ ଲୋକଙ୍କ ଆସ୍ଥା ଜିତିଛି । ମୋଦି ସରକାର କ୍ଷମତାକୁ ଆସିବା ପରେ ଗରିବଙ୍କ କଲ୍ୟାଣ ଲାଗି ଆମେ ଅନେକ ଯୋଜନା ଆଣିଥିଲୁ । ସେଥିଯୋଗୁ ୫୦ ପ୍ରତିଶତରୁ ଅଧିକ ଲୋକେ ସୁଫଳ ପାଇବା ସହ ସଶକ୍ତ ହୋଇଛନ୍ତି । ଦେଶର ଗରିବଙ୍କ ଭବିଷ୍ୟତ ଏନ୍‌ଡିଏ ହାତରେ ଥିବା ସେ ଦର୍ଶାଇଥିଲେ ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ