ନିଆଳି ମାଧବାନନ୍ଦ ଜୀଉ ପୀଠରୁ ଶ୍ରୀମନ୍ଦିର ଗଲା ଅଣସର ଭାର

ନିଆଳି : ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପୀଡିତ । ବିଭିନ୍ନ ଉପଚାରରେ ଅଣସର ଘରେ ଶ୍ରୀଜିଉଙ୍କର ଚିକିତ୍ସା ଚାଲୁ ରହିଛି । ମହାପ୍ରଭୁଙ୍କ ଅସୁସ୍ଥତା ସମ୍ପର୍କରେ ଏବେ ମାମୁ ମାଧବାନନ୍ଦ ଜୀଉ ଅବଗତ ହୋଇଛନ୍ତି । ଜ୍ବରରେ ପୀଡିତ ହୋଇ ମହାପ୍ରଭୁ ଅନ୍ନ ଭୋଗ ଗ୍ରହଣ କରୁନାହାନ୍ତି । ତାଙ୍କ ସୁସ୍ଥତା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ମାତୁଳାଳୟରୁ ‘ଅଣସର ଭାର’ ପଠାଯାଇଛି । ମହାପ୍ରଭୁ ଏହାକୁ ଖାଇବା ପରେ ଶୀଘ୍ର ଭଲ ହେବେ ଓ ଶ୍ରୀଗୁଣ୍ଡିଚା ଉପଲକ୍ଷେ ରଥଯାତ୍ରାରେ ବାହାରିବେ ।କଟକ ନିଆଳି ବ୍ଲକ୍ ଅନ୍ତର୍ଗତ ମାଧବସ୍ଥିତ ମାଧବାନନ୍ଦ ଜୀଉଙ୍କ ପୀଠକୁ ଜଗନ୍ନାଥଙ୍କ ମାମୁ ଘର କୁହାଯାଏ । ଭଣଜା-ଭାଣିଜୀ ସୁସ୍ଥ ହେବା ପାଇଁ ପ୍ରତିବର୍ଷ ଏହି ପୀଠରୁ ଅଣସର ଭାର ପୁରୀ ବଡ଼ ଦେଉଳକୁ ପଠାଯାଏ । ଏହି ସ୍ୱତନ୍ତ୍ର ଭାରରେ ବିଭିନ୍ନ ଫଳମୂଳ, ଚାଉଳ, ତୁଳସୀ, ନଡିଆ, ପନିପରିବା, ଛେନା, ଘିଅ, ଚନ୍ଦନ କାଠ ଏବଂ ସର-ଲବଣୀ ଆଦି ଭୋଗ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଥାଏ l

” ମାମୁ ଘର ପକ୍ଷରୁ ସେବକମାନେ ଏହି ଭାରକୁ ନେଇ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀମନ୍ଦିରରେ ପହଞ୍ଚାଇଥାନ୍ତି । ଅଣସର ପିଣ୍ଡିରେ ଏହି ଭାର ଶ୍ରୀଜିଉଙ୍କୁ ଲାଗି କରାଯାଏ । ଏହା ମହାପ୍ରଭୁଙ୍କ ଏକ ନିଆରା ମାନବୀୟ ଲୀଳା ” ବୋଲି କହିଛନ୍ତି ମାଧବାନନ୍ଦ ବିକାଶ ପରିଷଦ ସଦସ୍ୟ ଯୋଗେନ୍ଦ୍ର ନାଥ ଦାଶ ।ସେବାୟତ ତଥା ବିକାଶ ପରିଷଦ ସଦସ୍ୟ ତ୍ରିଲୋଚନ ପୁଷ୍ପାଳକ କହିଛନ୍ତି ” ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ଘରେ ଅବସ୍ଥାନ ସମୟରେ ପ୍ରାଚୀ ନଦୀ ତଟରେ ଥିବା ମାଧବାନନ୍ଦ ଜିଉଙ୍କ ପୀଠରୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ଅଣସର ଭାର ଶ୍ରୀମନ୍ଦିରକୁ ପଠାଯାଇଥାଏ । ମାଧବାନନ୍ଦ ବିକାଶ ପରିଷଦ ପକ୍ଷରୁ ଏହାର ଆୟୋଜନ କରାଯାଇଥାଏ । ସ୍ନାନପୂର୍ଣ୍ଣିମା ପରେ ଠାକୁରମାନେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଅବସ୍ଥାନ କରନ୍ତି । ଏହି ଭାର ସେମାନଙ୍କର ସ୍ୱାସ୍ଥ୍ୟ ଉପଚାର ପାଇଁ ଅର୍ପଣ କରାଯାଇଥାଏ । “

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ