ନିଶା କାରବାର ବିରୋଧରେ ‘ଜିରୋ ଟଲେରାନ୍ସ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ନିଶାକୁ ନାଁ, ଯୁବ ପ୍ରଗତିକୁ ହଁ” – ଏହି ନାରା ସହ ରାଜ୍ୟରୁ ନିଶା କାରବାରକୁ ସମୂଳେ ବିନାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ନିଶାମୁକ୍ତ ଯୁବା-ବିକଶିତ ଭାରତ ଅଭିଯାନ’ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହାକୁ ଏକ ସରକାରୀ କାର୍ୟ୍ୟକ୍ରମ ନୁହେଁ, ବରଂ ଏକ ‘ଜନ ଆନ୍ଦୋଳନ’ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବେଆଇନ ନିଶା କାରବାର ବିରୋଧରେ ରାଜ୍ୟ ସରକାର ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଛନ୍ତି । ନିଜ ଅଞ୍ଚଳରେ ଚାଲିଥିବା କୌଣସି ବି ପ୍ରକାରର ନିଶା କାରବାର ବିଷୟରେ ପୋଲିସକୁ ଗୁପ୍ତ ସୂଚନା ଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବିଶେଷ କରି ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ଏବଂ ସେମାନଙ୍କ ତଥ୍ୟ ଆଧାରରେ ପୋଲିସ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅଭିଯାନ ଆଗାମୀ ୧୦୦ ସପ୍ତାହ ବା ପ୍ରାୟ ୨ ବର୍ଷ ପର୍ୟ୍ୟନ୍ତ ଜାରି ରହିବ। କେବଳ ଭାଷଣ ନୁହେଁ, ବରଂ ଯୁବପିଢ଼ିଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ଯୋଗ, ଫିଟନେସ୍ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ଜାତୀୟ ସ୍ତରର ଏହି କାର୍ୟ୍ୟକ୍ରମ ପରେ ଏବେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ମଧ୍ୟ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଯୁବଶକ୍ତି ହେଉଛି ଆମର ସବୁଠାରୁ ବଡ଼ ସମ୍ବଳ। ଯୁବବର୍ଗଙ୍କୁ ନିଶା ଓ କୂଅଭ୍ୟାସରୁ ଦୂରରେ ରଖି ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ସରକାରଙ୍କ ପ୍ରାଥମିକତା। ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶର ୨୮ ହଜାରରୁ ଅଧିକ ସ୍ଥାନରେ ୨ କୋଟିରୁ ଅଧିକ ଯୁବକଯୁବତୀ ଏକତ୍ରିତ ହୋଇ ନିଶାମୁକ୍ତ ରହିବାକୁ ସଂକଳ୍ପ ନେଇଛନ୍ତି। ଓଡ଼ିଶାରେ ମଧ୍ୟ ଏହି ସଂକଳ୍ପକୁ ପାଳନ କରି ସମସ୍ତେ ସୁସ୍ଥ ସମାଜ ଗଠନରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ