ନିଶା ମୁକ୍ତ ଭାରତ ଅଭିଯାନ,ବିକଶିତ ଭାରତର ପରିଚୟ

ଦେବଗଡ଼ :ବାରକୋଟ ବ୍ଲକ୍ ଅନ୍ତର୍ଗତ କେଲ୍ଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଏବଂ ଜୀବନ ଜ୍ୟୋତି ସମ୍ମନିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର କଣ୍ଢଳ ଙ୍କ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ପରିଚୟ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୀବନ ଜ୍ୟୋତି ସମ୍ମନିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ର କର୍ମୀ ହୃଷୀକେଶ ସାହୁ କାର୍ଯ୍ୟକ୍ରମ ଆୟୋଜନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅବଗତ କରିବା ସହ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କେଲଡା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପ୍ରଧାନ ଓ କେଲଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜନ କୁମାର ସେଠୀ ଉପସ୍ଥିତ ରହି ନିଶର ଅପକାରିତା ଏବଂ ନିଶା ମୁକ୍ତ ସମାଜ ଗଠନ କରିବାରେ ପଞ୍ଚାୟତ ପ୍ରତିନିଧି ବିଭିନ୍ନ ବିଭାଗ ଦ୍ୱାରା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।ପରେ ପରେ ଉପସ୍ଥିତ ଥିବା ଅତିଥି ଏବଂ ସମସ୍ତ ଅଂଶ ଗ୍ରହଣକାରୀ ଙ୍କୁ ନେଇ ନିଶକୁ ନା ସମ୍ବନ୍ଧେ ଏକ ଶପଥ ପାଠ ନିଆଯାଇଥିଲା।ଶେଷରେ ଜୀବନ ଜ୍ୟୋତି ସମ୍ମନିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ର କର୍ମୀ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

    ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

    Continue reading
    ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣ : ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ

    ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ସରକାର। ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଆଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ