ନୂଆ ଶ୍ରମ ସଂହିତା ଘୋଷଣାର ୪ ଦିନରେ ଲାଗୁ କଲା ଓଏମ୍‌ସି

କାଳିଆପାଣି,24/11 : ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନି‌ୟୋଜନ ମନ୍ତ୍ରଣାଳୟ ପକ୍ଷରୁ ସବୁ ବର୍ଗର ସାଧାରଣ ଶ୍ରମିକଙ୍କ ପାଇଁ ୪ ଗୋଟି ନୂଆ ଶ୍ରମ ସଂହିତା ଘୋଷଣାର ୪ ଦିନ ମଧ୍ୟରେ ଏହାକୁ ସୋମବାର ଠାରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ରେ ବିଧିବଦ୍ଧ ଲାଗୁ କରାଯାଇଛି।
ଖଣି ସୁରକ୍ଷା ମହାନିର୍ଦ୍ଦେଶକ ଉଜ୍ଜ୍ବଳ ତାହଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଜୋନ ଖଣି ସୁରକ୍ଷା ନିର୍ଦ୍ଦେଶକ ଅବନୀଶ କୁମାର ମିଶ୍ରଙ୍କ ପରାମର୍ଶରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକ(ଡିଡିଏମ୍‌ଏସ୍‌) ଟାଙ୍ଗଲାପଲ୍ଲୀ ହରିପ୍ରସାଦ ଓଏମ୍‌ସି ଖଣିରେ ପହଞ୍ଚି ଏ ସଂପର୍କିତ ଘୋ‌ଷଣାକୁ ସୁନିଶ୍ଚିତ କରିଥିଲେ। ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିର କେସିସି-ଡେକୋ କ୍ୟାଣ୍ଟିନ ଗ୍ରାଉଣ୍ଡରେ ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ସାଧାରଣ ସମାବେଶରେ ଡିଡିଏମ୍‌ଏସ୍‌ ଶ୍ରୀ ହରିପ୍ରସାଦ ମୁଖ୍ୟ ଅତିଥି ଭାବେ ମଜୁରି ସଂହିତ‌ା-୨୦୧୯, ଶିଳ୍ପ ସଂପର୍କ ସଂହିତା-୨୦୨୦, ସାମାଜିକ ନିରାପତ୍ତା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା-୨୦୨୦ ବ୍ୟାଖ୍ୟା କରିଥିଲେ।
ସେ କହିଥିଲେ ଯେ, ଶ୍ରମ ଭିତ୍ତିକ ସଂସ୍କାର ଆଧାରରେ ପୂର୍ବ ପ୍ରଚଳିତ ୨୯ ଗୋଟି ଶ୍ରମ ନିୟମ ସ୍ଥାନରେ ଲାଗୁ ହୋଇଥିବା ଏହି ୪ଟି ନୂଆ ସଂହିତା ଶ୍ରମିକଙ୍କୁ ସଶକ୍ତ କରିବ ଓ ସହଜ ବ୍ୟବସାୟ ପ୍ରସାର କରିବ। ଏଣିକି ଖଣି ଶ୍ରମିକଙ୍କ କ୍ଷେତ୍ରରେ ପ୍ରତିବର୍ଷ ସ୍ବାସ୍ଥ୍ୟ ପରୀକ୍ଷା(ପିଏମ୍‌ଇ) ବ୍ୟବସ୍ଥା ଓ ଲିଙ୍ଗଗତ ବୈଷମ୍ୟ ନିଷିଦ୍ଧ କରାଯାଇଛି। ସମାନ କାମକୁ ସମାନ ମଜୁରି ସହ ମହିଳାଙ୍କ ପାଇଁ ରାତିରେ କାମ ଅନୁମତି ବ୍ୟବସ୍ଥା ରଖାଯାଇଛି। ୫୦୦ରୁ ଅଧିକ ଶ୍ରମିକ ଥିବା ସଂସ୍ଥାରେ ସୁରକ୍ଷା କମିଟି ବାଧ୍ୟତାମୂଳକ କରାଯାଇଛି। ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଓ ଯୁବବର୍ଗଙ୍କୁ ସର୍ବନିମ୍ନ ବେତନର ଲିଖିତ ପ୍ରତିଶ୍ରୁତି ରହିଛି। ଦୈନିକ କାର୍ଯ୍ୟ ସମୟ ଅବଧି ୮ ରୁ ୧୨ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା ଧାର୍ଯ୍ୟ କରାଯାଇଛି। ସ୍ବେଚ୍ଛାକୃତ ଅଧିକ ସମୟ ଖଟଣି ଓ ଅଧିକ ଖଟଣିରେ ୨ ଗୁଣା ପାରିଶ୍ରମିକ ବ୍ୟବସ୍ଥା ରହିଛି। ନିଯୁକ୍ତିର ବର୍ଷକ ପରେ ଶ୍ରମିକ ଗ୍ରାଚୁଇଟି ରାଶି ପାଇବାକୁ ହକ୍‌ଦାର। ୫ ଶହରୁ ଅଧିକ ଶ୍ରମିକ ନିୟୋଜନ ସଂସ୍ଥାରେ ସୁରକ୍ଷା କମିଟି ବାଧ୍ୟତାମୂଳକ କରାଯାଇଛି।

  • Related Posts

    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading
    ନିଟ୍ ପୁନଃ ପରୀକ୍ଷା: ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ପରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ସୁରକ୍ଷା କଡ଼ାକଡ଼ି କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ