
ଦେବଗଡ଼:ପୁଣି ବିସ୍ଥାପନର ଭୟ ଘାରିଛି ତିଲେଇବଣି ବ୍ଲକର ଛେପିଲିପାଲି,ରତନପୁର,ରଙ୍ଗମାଟିଆ,ଆମ୍ବପାଳ,ଧରଣୀଧରପୁର, ଧୋବଲିପଥର,ଗାଡପାଳ, କଦଳୀପାଳ, କୁଶପଙ୍ଗା, କଣ୍ଠିମାଳ, ବାଉରୀପାଲି, ବୁଢିବିଲ, ରେଙ୍ଗାଳପାଲି, ଶ୍ରୀନିବାସପୁର, ପୁରୁଣାପାଣି ଗ୍ରାମବାସୀଙ୍କୁ।ପୂର୍ବରୁ ରେଙ୍ଗାଳି ନଦୀ ବନ୍ଧ ଯୋଜନା ଯୋଗଁୁ ଭିଟାମାଟି ହରାଇଥିଲେ।ଏବେ ପୁଣି ବିସ୍ଥାପନ ଆଶଙ୍କାରେ ଉକ୍ତ ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର (ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ)କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି।ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ରେଙ୍ଗାଳି ବିସ୍ଥାପିତ ପରିବାର ଉଚିତ କ୍ଷତିପୂରଣ ତଥା ବିଭିନ୍ନ ସମସ୍ୟା ସମାଧାନ କରିନାହଁାନ୍ତି।ଅନ୍ୟପଟେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର ପାଇଁ ଉକ୍ତ ଅଂଚଳରେ ସର୍ବେକ୍ଷଣରେ ଚାଲିଥିବାବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିବା ସହ ପୂର୍ବରୁ ବିସ୍ଥାପିତ ହୋଇଥିଲା, କିନ୍ତୁ ଆଉ ବିସ୍ଥାପିତ ହେବୁ ନାହଁି ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆଜି ଛେପଲିପାଲି ଗ୍ରାମର ଖେଳପଡିଆରେ ତୀର୍ଥବାସୀ ଗଡନାୟକଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ତିଲେଇବଣି ପଂଚାୟତ ସମିତିର ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ,ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ,ପୂର୍ବ ଜିଲ୍ଲାପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ,ବରିଷ୍ଠ ବିଜେଡି ନେତା ଉମାଶଙ୍କର ସାହୁ, ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତିର କାର୍ଯ୍ୟକାରୀ ସଭାପତି ଦୟାଶଙ୍କର ଦ୍ବିଦେବୀ,ସଂପାଦକ ଚୌଧୁରୀ ବେହେରା ପ୍ରମୁଖ ଯୋଗ ଦେଇ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ବିରୋଧ କରିବା ସହ ଉକ୍ତ ପ୍ଲାଣ୍ଟ ହେଲେ ଦେବଗଡ ଜିଲ୍ଲା ସବୁଜ ସୁନ୍ଦର ପରିବେଶ ହରାଇବ।ଏଦିଗରେ ସାଂସଦ ଓ ବିଧାୟକ ମଧ୍ୟ ପଦକ୍ଷେପ ନେବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା।ଏହାସହିତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିପାରିନଥିବାବେଳେ ଗୋଟିଏ ବିସ୍ଥାପନର ଦୁଃଖ ଦୂର ହୋଇନଥିବା ବେଳେ ଆଉ ଗୋଟିଏ ବିସ୍ଥାପନ ଦୁଃଖ ବର୍ତ୍ତମାନ ଅଂଚଳବାସୀଙ୍କୁ ଘାରିଛି।ଉକ୍ତ ଅଂଚଳରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ବଦଳରେ କୃଷିଭିତ୍ତିକ ଶିଳ୍ପର ବିକାଶ ଓ ଜଳସେଚନରୁ ସୁବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି।ସଭାକୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପରିଚାଳନା କରିଥିଲେ।ଉକ୍ତ ପ୍ରକଳ୍ପ ହେଲେ ଅଂଚଳବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଯିବା ସହ ପରିବେଶ ପ୍ରଦୁଷିତ ଏବଂ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି।ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।





