ପାକିସ୍ତାନକୁ ଧୂଳି ଚଟାଇ ଦେଲା ଭାରତ

ଦୁବାଇ: ଏସିଆ କପ୍‌ ଟି-୨୦ ଚମ୍ପିଆନଶିପର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି। ଯାହାଫଳରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଟିମ୍ ୯ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଫଳରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୧୨୮ ରନର ଆବଶ୍ୟକତା ରହିଥିଲା। ମାତ୍ର ଭାରତ ୩ ଓ୍ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । ଭାରତ ପକ୍ଷରୁ ସୂର୍ୟ୍ୟକୁମାର ଯାଦବ ସର୍ବାଧିକ ୪୭ ରନ୍‌ କରିଥିଲେ । ସେ ୩୭ଟି ବଲ୍‌ରେ ୫ଟି ଚୌକା ଗୋଟିଏ ଛ’ ମାରିଥିଲେ । ଅଭିଷେକ ଶର୍ମା ୩୧ ରନ୍‌ ତିଳକ ବର୍ମା ୩୧ ରନ୍‌ ଶିବମ୍‌ ଦୁବେ ୧୦ ଏବଂ ଶୁଭମନ୍‌ ଗିଲ୍‌ ୧୦ ରନ୍‌ କରିଥିଲେ । ଭାରତ ୧୫.୫ ଓଭରରେ ୩ ଓ୍ୱିକେଟ୍‌ ହରାଇ ୧୩୧ ରନ୍‌ କରିଥିଲା ।ପହଲଗାଓଁ ଆକ୍ରମଣକୁ ନେଇ ଭାରତୀୟଙ୍କ ବିରୋଧ ସତ୍ବେ ଟିମ ଇଣ୍ଡିଆ ପାକିସ୍ତାନ ସହିତ ଖେଳୁଥିବାରୁ ଦଳ ପାଇଁ ଏହି ମ୍ୟାଚକୁ ଜିତିବା ବହୁ ଗୁରୁତ୍ଵପୂର୍ଣ୍ଣ ଥିଲା ।ଆରମ୍ଭରୁ ଉଇକେଟ ହରାଇ ପାକିସ୍ତାନ ବ୍ୟାଟିଂ ବିପର୍ୟ୍ୟର ସମ୍ମୁଖୀନ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରର ପ୍ରଥମ ବଲରେ ପାକ୍ ଓପନ ସଇମ ଆୟୁବଙ୍କୁ ଆଉଟ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ। ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଗୋଟିଏ ଉଇକେଟ ନେଇ ପାକିସ୍ତାନକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ପରବର୍ତ୍ତୀ ସମୟରେ ଅକ୍ଷର ପଟେଲ ଆକର୍ଷଣୀୟ ବୋଲି କରି ୨ଟି ଓଭରରେ ଲଗାଦାର ୨ଟି ଉଇକେଟ ନେଇ ପାକିସ୍ତାନର ଟପ ଅର୍ଡରକୁ ଦୁର୍ବଳ କରିଦେଇଥିଲେ। ଶେଷର କୁଳଦୀପ ଯାଦବଙ୍କ ଘାତକ ବୋଲିଂ ପାକିସ୍ତାନକୁ ଧରାଶାୟୀ କରିଦେଇଥିଲେ। ସେ ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ୩ଟି ଉଇକେଟ ହାସଲ କରିଥିଲେ। ବୁମରାଙ୍କୁ ୨ଟି ଏବଂ ପାଣ୍ଡ୍ୟାଙ୍କୁ ଗୋଟିଏ ଉଇକେଟ ମିଳିଛି।

ପାକିସ୍ତାନ ପକ୍ଷରୁ ଓପନର ବ୍ୟାଟ୍ସମ୍ୟାନ ଶାହିବଜାଦା ଫରହାନ ସର୍ବାଧିକ ୪୦ ରନ ସଂଗ୍ରହ କରିଥିଲେ। ଶାହୀନଶାହ ଆଫ୍ରିଦି ଶେଷ ଆଡକୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ୧୮ ବଲରୁ ୪ ଛକା ସହିତ ୩୩ ରନ ସଂଗ୍ରହ କରିବାରୁ ସ୍କୋର ୧୨୭ ରନ ଛୁଇଁ ପାରିଥିଲା।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ