ପୁଣି ଅଶାନ୍ତ ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ପୁଣି ଅଶାନ୍ତ ପଶ୍ଚିମବଙ୍ଗ। ଏଠାକାର ମୁର୍ସିଦାବାଦ ଜିଲ୍ଲା ପୁଣି ଥରେ ସାମ୍ପ୍ରଦାୟିକ ହିଂସାକୁ ନେଇ ଚର୍ଚ୍ଚାକୁ ଆସିଛି। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି। ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ଏହି ସଂଘର୍ଷ ଘଟିଛି। ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବେଲଡଙ୍ଗାରେ ଘଟିଥିବା ଏହି ସଂଘର୍ଷରେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରଖାଯାଇଛି। କାର୍ତ୍ତିକ ପୂଜା ପାଣ୍ଡାଲ ନିକଟରେ ଥିବା ଏକ ଫାଟକରେ ଡିସ୍‌ପ୍ଲେ ବୋର୍ଡରେ ଲେଖାଯାଇଥିବା ବାର୍ତ୍ତା ବିଷୟରେ ଜାଣିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ପିଙ୍ଗିବା ସହ ଲାଠି ମାଡ଼ କରିଥିଲେ। ସୂଚନାନୁସାରେ, ଅନେକ ଦୋକାନ ଏବଂ ଘର ଭଙ୍ଗାରୁଜା କରାଯାଇଥିଲା ଏବଂ ଦେଶି ବୋମା ମାଡ଼ ମଧ୍ୟ କରାଯାଇଥିଲା। ଏକ ପୁଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା, ଯାହା ପରେ ପୁଲିସ ଲାଠି ମାଡ଼ କରିଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ସୁଦ୍ଧା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଏହି ସଂଘର୍ଷରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ