ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର (ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ)କୁ ବିରୋଧ

ଦେବଗଡ଼:ତିଲେଇବଣି ବ୍ଲକର ଛେପଲିପାଲି ପଂଚାୟତ ଅଞ୍ଚଳରେ ହେବାକୁ ଥିବା ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର (ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ)କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି।। ପୂର୍ବରୁ ରେଙ୍ଗାଳି ନଦୀ ବନ୍ଧ ଯୋଜନା ଯୋଗୁଁ ଭିଟାମାଟି ହରାଇଥିବାବେଳେ ଏବେ ପୁଣି ବିସ୍ଥାପନ ଭୟ ଘାରିଛି ଗ୍ରାମବାସୀଙ୍କୁ।ତେବେ ଉକ୍ତ ପ୍ରକଳ୍ପକୁ ଛେପଲିପାଲି ପଞ୍ଚାୟତର ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ ମଧ୍ୟ ଅଂଚଳବାସୀଙ୍କ ସାମୁହିକ ଦୃଷ୍ଟି ରଖି ଏହାକୁ ବିରୋଧ କରିବା ସହ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଦାବି ପତ୍ର ପ୍ରଦାନବେ‌ଳେ ଛେପଲିପାଲି ସରପଞ୍ଚ ଚନ୍ଦନଲାଲ ଶବର,ୱାର୍ଡମେମ୍ବର ଶିରିଶ ସ୍ବାଇଁ,ଆରତୀ ପ୍ରଧାନ,ନିରାଶ ନାଏକ,ବିଦ୍ୟାଧର ବାଘ,ନିର୍ମଳ ଶବର,ଲଳିତା ଜଜୋ,ପଦ୍ମାଳୟା ମହାନନ୍ଦ,ରେଣୁବାଳା ସାହୁ,ଅସାଢୁ ନାୟକ,ଶିଶିର ମହାନନ୍ଦଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକର ଛେପିଲିପାଲି ପଂଚାୟତର ବିଭିନ୍ନ ଗ୍ରାମରେ ରେଙ୍ଗାଳି ବିସ୍ଥାପିତ ପରିବାର ବସବାସ କରୁଛନ୍ତି। ବାସଚ୍ୟୁତ ହେବାର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଥାପିତ ପରିବାରଙ୍କୁ ମିଳି ନାହିଁ ସ୍ଥାୟୀ ପଟ୍ଟା। କେବଳ ମିଳିଛି କେ ଫର୍ମ ପଟ୍ଟା ପ୍ରଦାନ କରି ସରକାର ସେମାନଙ୍କୁ ପରିବାର ପ୍ରତାରିତ କରିଥିବା ଅଭିଯୋଗ କରିଛନ୍ତି।୧୯୭୮ରେ ଫ୍ୟାମିଲି ସର୍ଭେ କରାଯାଇ୧୯୮୪ରେ ସେମାନଙ୍କୁ ବିସ୍ଥାପନ କରାଯାଇଥିଲା।ପରେ ବିସ୍ଥାପିତ ପରିବାର ପୁନଃ ଫ୍ୟାମିଲି ସର୍ଭେ କରିବା ପାଇଁ ସେମାନେ ଦାବି କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପ୍ରଥମେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ବର୍ତ୍ତମାନ ଏନଟିପିସି ଓ ନ୍ୟୁକ୍ଲିୟର ପାୱାର କ‌ର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଉକ୍ତ ଅଂଚଳରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଏକ ପ୍ରତିଷ୍ଠା କରିବ‌ା ପାଇଁ ସର୍ବେକ୍ଷଣ ଚାଲିଛି।ଉକ୍ତ ପ୍ରକଳ୍ପ ହେଲେ ଅଂଚଳବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଯିବା ସହ ପରିବେଶ ପ୍ରଦୁଷିତ ଏବଂ ଜଙ୍ଗଲ ନଷ୍ଟ ‌ହେବାର ଆଶଙ୍କା ପ୍ରକାଶ ପାଇଛି।ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।ପୂର୍ବରୁ ମଧ୍ୟ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବା ସହ ଉକ୍ତ ପ୍ରକଳ୍ପ ବନ୍ଦ କରିବା ପାଇଁ ଅଂଚଳବାସୀ ଦାବି କରିଥିଲେ।

  • Related Posts

    ଭିଜିଲାନ୍ସ ପଞ୍ଝାରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

    କଟକ : ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରା ପଡ଼ିଲେ କଟକ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା । ଜୁଲାଇରୁ ସେପ୍ଟେମ୍ଵର ମାସ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ବିଲ୍ ପାସ୍…

    Continue reading
    ମାଲାଗୁଡ଼ାରେ କଲଭର୍ଟ ଧୋଇଗଲା, ଯୋଗାଯୋଗ ବିଚ୍ଛିନ୍ନ; କ୍ଷୟକ୍ଷତି ଅନୁଧ୍ୟାନ କଲେ ସାଂସଦ ପ୍ରତିନିଧି

    ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ