ବାଇକ ଦୁର୍ଘଟଣା: ଜଣେ ମୃତ ଓ ଜଣେ ଗୁରୁତର

ଦେବଗଡ଼:ବାରକୋଟ ଥାନାର ୧୪୩ ନମ୍ବର ଜାତୀୟ ରାଜପଥର ବାରକୋଟ ଡାକବଙ୍ଗଳା ନିକଟରେ ଆଜି ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏହାସହିତ ବାଇକରେ ଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ସୁନ୍ଦରଗଡ ଜିଲ୍ଲାର ବଣେଇ ଥାନାର ଜକେଇକଳା ଗ୍ରାମର ସଚିନ ଭୋଇ(୨୧)।ଆହତ ଯୁବକ ହେଲେ ସେହି ଗ୍ରାମର ଭବେଶ ଶବର(୨୪)।ସୂଚନା ଅନୁଯାୟୀ,ସଚିନ ଓ ଭବେଶ ଏକ ବାଇକ(ଓଡି୨୮ସି ୨୯୭୬) ଯୋଗେ ବାରକୋଟ ଥାନାର ଗୁରଜାଙ୍ଗ ଗ୍ରାମରେ ରହୁଥିବା ନିଜର ସଂପର୍କୀୟ ଘରୁ ବାହାରି ସଇଡା ଗ୍ରାମ ଅଭିମୁଖେ ଆସୁଥିଲେ। ତେବେ ୧୪୩ ନମ୍ବର ଜାତୀୟ ରାଜପଥର ବାରକୋଟ ଡାକବଙ୍ଗଳା ନିକଟରେ ହଠାତ ଏକ ଗାଈ ବାଇକ ସମ୍ମୁଖକୁ ଆସିବାରୁ ସଚିନ ଓ ଭବେଶ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ସେଫଟି ବ୍ୟାରିକେଟରେ ପିଟି ହୋଇ ତଳେ ପଡିଯାଇଥିଲେ।ଘଟଣାସ୍ଥଳରେ ସଚିନଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ସ୍ଥାନୀୟ ବାସିନ୍ଦା ଭବେଶକୁ ଗୁରୁତର ଅବସ୍ଥାରେ କରି ଉଦ୍ଧାର କରାଯାଇ ପ୍ରଥମେ ବାରକୋଟ ମେଡିକାଲ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସୂଚନାପାଇ ବାରକୋଟ ଥାନା‌ ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

  • Related Posts

    ହସ୍ପିଟାଲରେ ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା

    ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ ଥିବା ଶିଶୁ…

    Continue reading
    ଯନ୍ତ୍ରୀଙ୍କ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ଉ

    କଳିଙ୍ଗନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି