ବାତ୍ୟା ‘ଅକୱାନ୍’ ପ୍ରଭାବରେ ରାଜ୍ୟରେ ବର୍ଷା। କିଛି ଜିଲ୍ଲାରେ ଝିପି ଝିପି ବର୍ଷା ସହ ହାଲୁକା ପବନ। ଟ୍ବିନ ସିଟିରେ ଲାଗିରହିଛି ବର୍ଷା। ସକାଳୁ ପୁରୀରେ ମଧ୍ୟ ପ୍ରବଳ ବର୍ଷା ପବନ। ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ଜଗତସିଂହପୁର ଓ କେନ୍ଦ୍ରାପଡାରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।
ମାଲକାନଗିରି, କୋରାପୁଟ, ରାୟଗଡା, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ପରି ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, ବାଲେଶ୍ବରକୁ ରେଡ ୱାର୍ଣ୍ଣିଂ, ୧୩ ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।






