ବାହାଘର ପରେ କାହିଁକି ମୋଟା ହୋଇଯାଆନ୍ତି ଝିଅମାନେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ୟ

ବାହାଘର ପରେ ଝିଅଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ। ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। ପରିବାରର ସଦସ୍ୟଙ୍କ ଖାଇବାଠୁ ନେଇ ସବୁ କିଛି ବୁଝିବା ସହିତ ସେମାନଙ୍କ ଧ୍ୟାନ ରଖିବାକୁ ପଡ଼ିଥାଏ। ହୋଇପାରେ ଏହାର ସବୁ ପ୍ରଭାବ ଶରୀର ଉପରେ ପଡ଼ିଥାଏ। କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ବାହାଘରେ ଝିଅମାନେ ମୋଟା ହୋଇଯାଆନ୍ତି କିମ୍ବା ଅଧିକ ଭାରି ଲାଗିଥାନ୍ତି। କିନ୍ତୁ କାହିଁକି ବାହାଘର ପରେ ଝିଅମାନେ ମୋଟା ହୋଇଯାଆନ୍ତି? ଜାଣିଛନ୍ତି କି ଏହାର କାରଣ। ତେବେ ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ।

୧. ବାହାଘର ପରେ ଝିଅମାନଙ୍କ ଉପରେ ଘର କାମର ଦାୟିତ୍ବ ବହୁତ ବଢ଼ିଯାଇଥାଏ। ଏହି କାମ ଯୋଗୁଁ ନିଜ ଖାଇବା ପିଇବାର ସମୟ ଠିକ ରୁହେ ନାହିଁ। କେତେବେଳେ ଅଧିକ ଖାଇଦେବା ତ କେତେବେଳେ ଖାଇବା ପରେ ଶୋଇପଡ଼ିବା ଭଳି ଅଭ୍ୟାସ ଦେଖାଯାଇଥାଏ। ଏହି କାରଣ ଯୋଗୁଁ ଶରୀରରେ ଫ୍ୟାଟର ମାତ୍ରା ବଢ଼ିଯାଇଥାଏ। ଯାହା ଧୀରେ ଧୀରେ ଜମା ହୋଇ ଏକ ସମୟରେ ଅଧିକ ହୋଇଯାଇଥାଏ। ଫଳରେ ମହିଳା ମୋଟା ହୋଇଯାଆନ୍ତି।

୨. ବାହାଘର ପରେ ମହିଳାଙ୍କ ଶରୀର ଭିତରେ ଥିବା କିଛି ହର୍ମୋନରେ ପରିବର୍ତ୍ତନ ମଧ୍ୟ ଆସିଥାଏ। ଖାସ୍କରି ଶାରୀରିକ ସମ୍ପର୍କ ରଖିବା ପରେ ଶରୀରରେ ଅଧିକ ପରିବର୍ତ୍ତନ ଆସିଥାଏ। ଏହି କାରଣ ଯୋଗୁଁ ମହିଳା ଅଧିକ ମୋଟା ହୋଇଯାଆନ୍ତି। ଆଉ ଯେତେବେଳେ ମହିଳା ଗର୍ଭବତୀ ହୁଅନ୍ତି ତାପରେ ସେମାନଙ୍କର ଓଜନ ଆହୁରି ଅଧିକ ବଢ଼ିଯାଏ।

୩. ବାହାଘର ପରେ ଝିଅମାନେ ନିଜ ଶରୀରର ଧ୍ୟାନ ଠିକ ଭାବେ ରଖିପାରନ୍ତି ନାହିଁ। ଅଧିକାଂଶ ମହିଳା ପ୍ରାୟ ସବୁବେଳେ ଘରେ ରୁହନ୍ତି। ଏହି କାରଣ ଯୋଗୁଁ ବାହାରେ ଚାଲିବା ବୁଲିବା କମ ହୋଇଯାଏ। ତୈଳଯୁକ୍ତ ଖାଦ୍ୟ ଅଥବା ଫାଷ୍ଟଫୁଡର ପରିମାଣ ବଢ଼ିଯାଏ। ଯେଉଁ କାରଣରୁ ମହିଳାମାନେ ମୋଟା ହୋଇଯାଆନ୍ତି।

୪. ଅଧିକାଂଶ ମହିଳା ଅଛନ୍ତି ବହୁତ ଚିନ୍ତାରେ ରହୁନ୍ତି। ଯାହା ଦ୍ବାରା ଖାଇବା ପିଇବାରେ ପରିବର୍ତ୍ତନ ଆସିଥାଏ। ଯାହାକି ମୋଟା ହେବାର ମୁଖ୍ୟ କାରଣ।

ବାହାଘରେ ପରେ ନିଜକୁ କିଭଳି ରଖିବେ ଫିଟ୍ ଜାଣନ୍ତୁ

ବାହାଘର ପରେ ଆପଣ ନିଜକୁ ନିଜେ ଫିଟ୍ ରଖିପାରିବେ। ଏଥିପାଇଁ ଆପଣଙ୍କୁ ଖାଇବା ପିଇବାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ କିଛିଟା ଡାଏଟିଂ କରିବାକୁ ପଡ଼ିବ। ଖାଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ। ଟିକେ ଚାଲିବା ପରେ ଆପଣ ଚାହିଁଲେ ଶୋଇପାରିବେ। ସକାଳୁ ଉଠିବା ପରେ ଯୋଗ କିମ୍ବା ବ୍ୟାୟାମ କରନ୍ତୁ। ବିଶେଷକରି ଜଙ୍କ୍ ଫୁଡ଼୍ ନ ଖାଇ ଫଳ, ସବୁଜ ପନିପରିବା, ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ। ଏସବୁ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବ।

  • Related Posts

    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading
    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ