ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ

ଭୁବନେଶ୍ବର: ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହଠାତ୍ ଦଳ ଛାଡ଼ି ବିଜେପିରେ ମିଶିବା ପରେ ଏବେ ବିଜେଡିର ଚିନ୍ତା ବଢ଼ିଯାଇଛି। ନୂଆପଡ଼ାରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ନବୀନ ନିବାସରେ ଦଳୀୟ ନେତାଙ୍କର ଘନ ଘନ ବୈଠକ ବସୁଛି। ଆଜି ସଂଧ୍ୟାରେ ନବୀନ ରାଜନୈତିକ ବ୍ୟାପାର କମିଟି ବୈଠକ ଡାକିଥିବାବେଳେ ଜୟଙ୍କ ଦଳ ଛାଡ଼ିବାର ପ୍ରଭାବ ଏବଂ କାହାକୁ ପ୍ରାର୍ଥୀ କଲେ ଦଳ ଜିତିବ ସେନେଇ ଆଲୋଚନା ହୋଇଥିଲା।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ମୁଖ୍ୟତଃ ନୂଆପଡ଼ା ଉପନିର୍ବାଚନରେ ଦଳ ବିଜେଡିରୁ କାହାକୁ ପ୍ରାର୍ଥୀ କରିବ ନା ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ଆଣିବ ତାହା ଉପରେ ଆଲୋଚନା ହୋଇଥିଲା। ଏପରିକି ଅନ୍ୟ ଦଳରୁ ନେତା ନଆଣି ବି‌ଜେଡିରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ କିଛି ନେତା କହିଥିଲେ। କିନ୍ତୁ କିଛି ଠୋସ୍ ନିଷ୍ପତ୍ତି ନିଆଯାଇପାରିନଥିଲା। ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲେ କିପରି ଶାସକ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବି‌େଜଡିରେ ସାମିଲ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ପ୍ରାର୍ଥୀ ଘୋଷଣା କରିବା ନେଇ ଦୁଇ ପାଦ ଆଗକୁ ବଢ଼ିଛି। ତେଣୁ ଆଉ ବିଳମ୍ବ ନକରି ଦୁଇରୁ ତିନି ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବାକୁ କିଛି ନେତା ନବୀନଙ୍କୁ କହିଛନ୍ତି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ