ବିଜେପିର ଅପରେସନ ଲୋଟସ୍‌: ଛାନିଆ ବିଜେଡି!

ଭୁବନେଶ୍ୱର : ବିରି ମାଡ଼ ଦେଖି କୋଳଥ ଚେପା । ଆମ୍‌ ଆଦମୀ ପାର୍ଟି (ଆପ୍‌)ରେ ଯାହା ଘଟିଲା, ସେଥିରେ ବିରୋଧୀ ଦଳ ଶିବିର ଛାନିଆ । ଚର୍ଚ୍ଚିତ ରାଘବ ଚଢ଼ାଙ୍କ ସମେତ ୭ଜଣ ସାଂସଦ ଆପ୍‌ ଝାଡ଼ୁ ଫିଙ୍ଗି ପଦ୍ମ ପୋଖରୀକୁ ଡିଆଁ ମାରିଛନ୍ତି । କାଲିଠାରୁ ବିଜେପିର ଅପରେସନ ଲୋଟସ୍‌କୁ ନେଇ ବିଭିନ୍ନ ଆଞ୍ଚଳିକ ଦଳ ଓ ଛୋଟ ଦଳରେ ଡର ପଶିଛି । ବିଜେଡିକୁ ବି ଏହି ଛାନିଆ ଗୋଡ଼ାଇଲାଣି । ରାଜ୍ୟସଭା ନିର୍ବାଚନରେ ଦଳ ଯେଉଁ ଝଟ୍‌କା ଖାଇଛି, ସେଥିରେ ଦଳର ଘଳିଆ ପଦାକୁ ଆସିଥିଲା । କେତେବେଳେ ଘାଇ ହୋଇଯିବ, ସେଇ ଆଶଙ୍କାରେ ବିଜେଡି ନେତୃତ୍ୱ ଚିନ୍ତାରେ ।
ରାଜ୍ୟରେ ସରକାର ବଦଳିବା ପରଠାରୁ ବିଜେଡିକୁ ବିଜେପି ବାରମ୍ବାର ଝଟ୍‌କା ଦେଇ ଚାଲିଛି । ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜେପି ନିଜ ଶିବିରକୁ ନେଇଗଲା । ଜୟ ବିଜେପିକୁ ଗଲେ, ନୂଆପଡ଼ା ବିଜେଡି ହାତରୁ ପଳାଇଲା । ଖାଲି ସେତିକି ନୁହେଁ, ସରକାର ବଦଳିବା ପରଠାରୁ ପ୍ରାୟ ୧୫ରୁ ଅଧିକ ବ୍ଲକରେ ବିଜେଡିର କବ୍‌ଜା ଖସିଗଲାଣି । ବହୁ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତିସଭ୍ୟ, ସରପଞ୍ଚ ଏବଂ ବିଭିନ୍ନ ପୌର ସଂସ୍ଥାର କାଉନସିଲର ବିଜେଡି ଛାଡ଼ି ପଦ୍ମ ଧରି ସାରିଲେଣି । ନିକଟରେ କେନ୍ଦୁଝର ମ୍ୟୁନିସିପାଲିଟିରେ ବଡ଼ ଝଟ୍‌କା ଖାଇଥିଲା ବିଜେଡି । ସବୁଠାରୁ ବଡ଼ ଝଟକା ଏବେ ଯାଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ପାଇଥିଲା । ନିଲମ୍ବିତ ୨ ବିଧାୟକଙ୍କ ସମେତ ବିଜେଡିର ୮ ବିଧାୟକ ଦଳ ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କଲେ । ସଭିଙ୍କୁ ବିଜେଡି ନିଲମ୍ବିତ କରିଛି । ଏସବୁ ନିଲମ୍ବିତ ବିଧାୟକ ଏବେ ବିଜେପିର ନିକଟତର ଥିବା କୁହାଯାଉଛି । ସମସ୍ତେ ଶାସକ ଦଳର ଶୁଭଦୃଷ୍ଟିରେ ଅଛନ୍ତି । ପୂର୍ବରୁ ଦଳର ୨ଜଣ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମହାନ୍ତ ଦଳ ଓ ପଦ ଛାଡ଼ି ବିଜେପିରେ ମିଶିଥିଲେ । ଲୋକସଭାରେ ଜଣେ ବି ସଭ୍ୟ ନଥିବା ବିଜେଡିର ରାଜ୍ୟସଭା ସଂଖ୍ୟା ଇତିମଧ୍ୟରେ ୯ରୁ ୬କୁ ଖସି ଆସିଲାଣି । ଆପ୍‌ ଅବସ୍ଥା ଦେଖି ବିଜେଡି ଶିବିରକୁ ଟେନସନ-ଆଗକୁ ଶଙ୍ଖ ଦଳରେ କିଛି ହେବ କି?

ନିକଟରେ ବିଜେଡି ରାଜ୍ୟସଭାରେ ନେତା ବଦଳାଇଛି । ସସ୍ମିତ ପାତ୍ରଙ୍କ ସ୍ଥାନରେ ମାନସ ମଙ୍ଗରାଜ ଏବେ ସଂସଦୀୟ ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ଦଳର ୬ଜଣ ସାଂସଦଙ୍କ ଭିତରୁ ୩ଜଣଙ୍କ କାର୍ୟ୍ୟକାଳ ଆଉ ୨ ବର୍ଷ ଅଛି । ଦୁଇ ଜଣ ସାଂସଦଙ୍କ କାର୍ୟ୍ୟକାଳ ୪ ବର୍ଷ ବାକି ଥିବାବେଳେ ଜଣଙ୍କର ୨୦୩୨ ପର୍ୟ୍ୟନ୍ତ ରହିଛି । ଦଳ ଭିତରେ ଚର୍ଚ୍ଚା ଆପ୍‌ ଭଳି ବିଜେଡିର ରାଜ୍ୟସଭା ସାଂସଦଙ୍କୁ ନେବାକୁ ବିଜେପି କିଛି ବଡ଼ ଯୋଜନା କରୁଛି କି? ଯଦି ଏମିତି ହୁଏ, କିଏ ହେବ ବିଜେଡିର ରାଘବ ଚଢ଼ା? ଅନ୍ୟପଟେ ବିଧାୟକଙ୍କୁ ନେଇ ଦଳରେ ଅନେକ ଟେନସନ । ଏବେ ଯାଏଁ କେବଳ ୮ ବିଧାୟକ ଦଳ ବିରୋଧରେ ଥିବା ନେତୃତ୍ୱ ଚିହ୍ନଟ କରିଛନ୍ତି, କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ ହେବ ବୋଲି କୁହାଯାଉଛି । କେବଳ ସଭ୍ୟ ପଦ ଚାଲିଯିବା ଭୟରେ ଚୁପ୍‌ ବସିଛନ୍ତି । ସୁଯୋଗ ମିଳିଲେ ଅନେକ ବିଦ୍ରୋହୀ ବାହାରିପାରନ୍ତି ।

ଅନ୍ୟପକ୍ଷରେ ବିଜୁ ଲିଗାସି କଥା ଉଠାଇ କିଛି ପୁରୁଖା ନେତା ବିଜେଡିରେ ବିଦ୍ରୋହ ସୃଷ୍ଟି କରିବା ଯୋଜନାରେ ଥିବା ଦଳର ବହୁ ବରିଷ୍ଠ ନେତା ଆଶଙ୍କା କରୁଛନ୍ତି । ଆପ୍‌ ପ୍ରସଙ୍ଗରେ ଗଣମାଧ୍ୟମକୁ ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, କୌଣସି ଦଳକୁ କ୍ଷମତା ଓ ଅର୍ଥ ବଳରେ ଭଙ୍ଗା ଯାଇଥାଏ । ଦଳରୁ ନେତା ଛାଡ଼ିଲେ ଆଂଶିକ ପ୍ରଭାବ ରହିଥାଏ । ତେବେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନେତାଙ୍କୁ ପଚାରିଲେ, ଜାଣିବେ ସେମାନେ କେମିତି ଦହଗଞ୍ଜ ହେଉଛନ୍ତି । ପ୍ରଫୁଲ୍ଲ ସାମଲ କହିଛନ୍ତି, ଦଳ ବଦଳାଇଲେ ଲୋକଙ୍କର ଆସ୍ଥା ରହେନି । ଯିଏ ବିଜେଡି ଛାଡ଼ି ଯାଉଛନ୍ତି, ସେମାନଙ୍କ ସହ କର୍ମୀ ଯିବେ ନାହିଁ । ସମ୍ବିତ ରାଉତରାୟ କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱ ପାଇଁ ସମସ୍ତେ ବିଜେଡିରେ ଅଛନ୍ତି । ତେଣୁ ଆପ୍‌ ଭଳି ବିଜେଡିକୁ ଭାଗ କରିବା କଷ୍ଟକର ହେବ । ତେବେ ଦଳ ପରିଚାଳନା ଦାୟିତ୍ୱ ନେଇଥିବା ନେତାମାନେ ଠିକ୍‌ ଭାବେ କାମ କରିଥିଲେ ବିଧାନସଭାରେ ସଂଖ୍ୟା ୫୧ରୁ ୪୨କୁ ଖସି ନଥାଆନ୍ତା । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ବିଜେପି ଅନ୍ୟ ଦଳକୁ ଭାଙ୍ଗିବା ପାଇଁ କେବେ ଷଡ଼ଯନ୍ତ୍ର କରେ ନାହିଁ । ମୋଦିଜୀଙ୍କ ନେତୃତ୍ୱ, ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳରୁ ନେତାମାନେ ସ୍ୱତଃ ଭାବେ ବିଜେପିରେ ସାମିଲ ହେଉଛନ୍ତି ।

  • Related Posts

    ରାଜ୍ୟସଭାରେ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି ଏନଡିଏ

    ନୂଆଦିଲ୍ଲୀ : ଆପର ୭ ସାଂସଦ ବିଜେପିରେ ସାମିଲ ହେବା ପରେ ରାଜ୍ୟସଭାରେ ଏନଡିଏ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି । ଏନଡିଏ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି । ରାଜ୍ୟସଭାରେ ଆପର ୧୦ ସାଂସଦ ଅଛନ୍ତି ।…

    Continue reading
    ପଶ୍ଚିମବଙ୍ଗରେ ବଡ଼ ମାର୍ଜିନରେ ଜିତି ସରକାର ଗଢ଼ିବ ବିଜେପି: ଶାହ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ମତଦାନ ପୂର୍ବରୁ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର