ରାଜ୍ୟସଭାରେ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି ଏନଡିଏ

ନୂଆଦିଲ୍ଲୀ : ଆପର ୭ ସାଂସଦ ବିଜେପିରେ ସାମିଲ ହେବା ପରେ ରାଜ୍ୟସଭାରେ ଏନଡିଏ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି । ଏନଡିଏ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି । ରାଜ୍ୟସଭାରେ ଆପର ୧୦ ସାଂସଦ ଅଛନ୍ତି । ୭ ଜଣ ଅର୍ଥାତ ଦୁଇ-ତୃତୀୟାଂଶ ଦଳ ଛାଡି ବିଜେପିରେ ସାମିଲ ହୋଇଥିବାରୁ ସେମାନଙ୍କ ବିରୋଧରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇପାରିବ ନାହିଁ । ଫଳରେ ରାଜ୍ୟସଭାରେ ଶାସକ ଏନଡିଏ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁ ସଂଖ୍ୟାର ଆଶା କରିଆସୁଥିଲା ତାହା ଏବେ ହାସଲ କରିପାରିଛି । ଆପର ୭ ଜଣ ସାଂସଦ (ରାଘବ ଚଢ଼ା, ସନ୍ଦୀପ ପାଠକ, ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ଅଶୋକ ମିତ୍ତଲ, ବିକ୍ରମ ସାହନି ଓ ରାଜେନ୍ଦ୍ର ଗୁପ୍ତା) ବିଜେପିରେ ସାମିଲ ହେବା ପୂର୍ବରୁ ରାଜ୍ୟସଭାରେ ବିଜେପିର ସଂଖ୍ୟା ଥିଲା ୧୦୬ । ଏଥିରେ ଅନ୍ୟ ସହଯୋଗୀ ଦଳମାନଙ୍କର ୧୫ ସଦସ୍ୟ ମିଶିବା ପରେ ଏନଡିଏର ସଂଖ୍ୟା ୧୨୧ ଥିଲା । ଆପର ୭ ସାଂସଦ ବିଜେପିରେ ମିଶିବା ପରେ ଏହାର ସଦସ୍ୟ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଥିଲା ବେଳେ ଏନଡିଏର ସଂଖ୍ୟା ୧୨୮ରେ ପହଞ୍ଚିଛି ।

୨୪୩ ଆସନ ବିଶିଷ୍ଟ ରାଜ୍ୟସଭାରେ ମ୍ୟାଜିକ ସଂଖ୍ୟା ହେଉଛି ୧୨୨ । ତେଣୁ ୧୨୮ ସଦସ୍ୟ ସହ ଏନଡିଏ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି । ଏହା ଏକ ଐତିହାସିକ ଘଟଣା । ଏଣିକି ରାଜ୍ୟସଭାରେ ସାଧାରଣ ବିଧେୟକ ଗୃହୀତ କରାଇବା ଲାଗି ବିଜେପି କିମ୍ବା ଏନଡିଏକୁ ଆଉ ଛୋଟ ଦଳମାନଙ୍କ ସହାୟତା ନେବାକୁ ପଡିବ ନାହିଁ । ରାଜ୍ୟସଭାରେ ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି କିମ୍ବା ଏନଡିଏ ପାଇଁ ବର୍ତ୍ତମାନ ସାଧାରଣ ବିଲ୍ ପାସ୍ କରାଇବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ସମ୍ବିଧାନ ସଂଶୋଧନ ପାଇଁ ରାଜ୍ୟସଭାରେ ଏନଡିଏକୁ ଦୁଇ ତୃତୀୟାଂଶ ଅର୍ଥାତ ୧୬୪ ସଦସ୍ୟଙ୍କ ସମର୍ଥନ ଦରକାର । ସେହି ଦୃଷ୍ଟିରୁ ଦେଖିଲେ ଏହି ସଂଖ୍ୟା ପାଇବା ଲାଗି ଏନଡିଏ ନିକଟରେ ଆହୁରି ୩୬ ସଦସ୍ୟ ଦରକାର । ତେଣୁ ଏକ ଦେଶ-ଏକ ନିର୍ବାଚନ ଏବଂ ସୀମା ପୁନଃନିର୍ଦ୍ଧାରଣ ଭଳି ସମ୍ବିଧାନ ସଂଶୋଧନ ବିଧେୟକ ଗୃହୀତ କରାଇବାକୁ ହେଲେ ବିଜେପିକୁ ଅନ୍ୟ ଦଳମାନଙ୍କ ଉପରେ ନିର୍ଭର କରିବାକୁ ପଡିବ । ନଚେତ ଆଗକୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଫଳ ଉପରେ ବିଜେପିକୁ ଅପେକ୍ଷା କରିବାକୁ ହେବ ।

ଅନ୍ୟପକ୍ଷରେ ଆପର ସଦସ୍ୟ ସଂଖ୍ୟା ୩କୁ ଖସି ଆସିଥିଲା ବେଳେ ବିରୋଧୀଙ୍କ ଶକ୍ତି ଦୁର୍ବଳ ହୋଇପଡିଛି । ଫଳରେ ସେମାନେ କୌଣସି ବିଲ୍କୁ ରୋକିବା କିମ୍ବା ସିଲେକ୍ଟ କମିଟିକୁ ପଠାଇବା ଲାଗି ଯେଭଳି ଅଡି ବସୁଥିଲେ କିମ୍ବା ଭୋଟ୍ ଡିଭିଜନ ଦାବି କରୁଥିଲେ ତାହା ସମ୍ଭବ ହୋଇପାରିନାହିଁ ।

  • Related Posts

    ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ପ୍ରକାଶ ଚିକ୍ ବାରାଇକ

    କଲକାତା : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଭୁଶୁଡିବାରେ ଲାଗିଛି। ଜଣକ ପରେ ଜଣେ ସାଂସଦ ଦେଉଛନ୍ତି ଇସ୍ତଫା। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଆଜି ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ,…

    Continue reading
    ଆମ ବିଫଳତା କୁହନ୍ତୁ ଗ୍ରହଣ କରିବୁ, କିନ୍ତୁ ତାଙ୍କ ସଫଳତା ମଧ୍ୟ 15 ବର୍ଷର ଗୋଟି ଗୋଟି କରି କହିବାକୁ ପଡ଼ିବ: ମନମୋହନ

    ସରକାରଙ୍କୁ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘେରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, “ଯେଉଁମାନେ ବିଫଳତା ଦିବସ କଥା କହୁଛନ୍ତି ସେମାନଙ୍କୁ ପଚାରିବେ ଆମର କଣ କଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ