ପଶ୍ଚିମବଙ୍ଗରେ ବଡ଼ ମାର୍ଜିନରେ ଜିତି ସରକାର ଗଢ଼ିବ ବିଜେପି: ଶାହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ମତଦାନ ପୂର୍ବରୁ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି । ଅନ୍ୟପଟେ ଟିଏମସି କହିଛି କି, ପୁଣିଥରେ ଆମ ସରକାର ଗଠନ ହେବ । ତେବେ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି କି, ପଶ୍ଚିମବଙ୍ଗରେ ବିଜେପି ବିପୁଳ ଭୋଟରେ ଜିତିବ । ଏବଂ ଆମ ଦଳ ସରକାର ଗଠନ କରିବ ବୋଲି ବୋଲି ଶାହ ଦାବି କରିଛନ୍ତି ।

ଏହାସହ ଶାହ କହିଛନ୍ତି କି, ମମତା ପ୍ରଥମେ ନିଜେ ନିର୍ବାଚିତ ହୁଅନ୍ତୁ । ଏଥର ସେ କ୍ଷମତାରୁ ଯାଉଛନ୍ତି । ବଙ୍ଗରେ ବିଜେପି ସରକାର ଗଠନ କରୁଛି । ଆମ ସରକାର ମହିଳାଙ୍କୁ ସୁରକ୍ଷା, ଅନୁପ୍ରବେଶକାରୀଙ୍କୁ ବାହାରି କରିବା ଏବଂ ଶିଳ୍ପକୁ ପଶ୍ଚିମବଙ୍ଗ ଫେରାଇ ଆଣିବା ଆମର ମୁଖ୍ୟ ପ୍ରସଙ୍ଗ । ଆମେ ସରକାର ଗଠନ କରିବା ପରେ କିଭଳି ଭାବେ ଶିଳ୍ପକୁ ପୁଣିଥରେ ଫେରାଇ ଆଣିବୁ ଏବଂ କାର୍ଯ୍ୟକାରୀ କରିବୁ ଯୋଜନା କରାଯାଇଛି ।

ପ୍ରଥମ ପର୍ଯ୍ୟାୟରୁ ହିଁ ଆମେ ଜିତି ସାରିଛୁ । ୧୫୨ ଆସନରୁ ୧୧୦ ଆସନରେ ବିଜୟ ହେବା ନିଶ୍ଚୟ ବୋଲି ଦାବି କରିଛନ୍ତି ଶାହ । ଏହାସହ ବିଜେପି ପଶ୍ଚିମବଙ୍ଗରେ ଜିତିବା ପରେ ସିଏଏ ଲାଗୁ କରିବ ବୋଲି ମଧ୍ୟ କହିଛନ୍ତି । ସେପଟେ ମମତା କହିଛନ୍ତି କି, ପୁଣିଥରେ ଆମ ସରକାର ଆସିବ ।

  • Related Posts

    ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୋଦୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସୁସ୍ଥତା ଏବଂ…

    Continue reading
    ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ୍ କରାଯାଏ : ଟ୍ରମ୍ପ

    ନୂଆଦିଲ୍ଲୀ : ହ୍ୱାଇଟ୍ ହାଉସ୍‌ ରାତ୍ରୀଭୋଜନରେ ଗୁଳିମାଡ଼ ଘଟଣା ପରେ ଯେତେବେ​‌ଳେ ଟ୍ରମ୍ପଙ୍କୁ ପଚରାଯାଇଥିଲା ତାଙ୍କ ସହିତ ଏପରି ଘଟଣା ବାରମ୍ବାର କାହିଁକି ଘଟୁଛି ବୋଲି। ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର