
ନୂଆଦିଲ୍ଲୀ : ରାହୁଲଙ୍କ ଡବଲ ନିଶାନା । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ଉପରେ ବର୍ଷିଛନ୍ତି । ଶନିବାର ହୁଗୁଳି ଜିଲ୍ଲାରେ ନିର୍ବାଚନ ପ୍ରଚାର ବେଳେ ମମତାଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ସେ କହିଛନ୍ତି କି, ବିଜେପି ମୋ ବିରୋଧରେ ମାମଲା ରୁଜୁ ହୋଇଛି । ଇଡି ମୋତେ ୫୫ ଘଣ୍ଟା ପଚରାଉଚରା କରିଛି । ଏହାସହ ବିଜେପି ସିଧାସଳଖ ମୋ ସହ ଲଢ଼ିଛି । କିନ୍ତୁ ମମତା ବାନାର୍ଜୀଙ୍କୁ କେତେ ସମୟ ପଚରା ଉଚରା କରାଯାଇଛି ? ସିବିଆଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ତଦନ୍ତ କରାଯାଇନାହିଁ । ଯାହାର ଅର୍ଥ ହେଉଛି କି, ମମତା କେବେ ମଧ୍ୟ ବିଜେପି ସହ ସିଧାସଳଖ ଲଢ଼ିନାହାନ୍ତି ।
ଏହାସହ ରାହୁଲ କହିଛନ୍ତି କି, ମୁଁ ଏବେ ଜାମିନରେ ଅଛି । “ମୋର ଘର ଛଡ଼ାଇ ନିଆଯାଇଥିଲା, ମୋର ଲୋକସଭା ସଦସ୍ୟତା ଛଡ଼ାଇ ନିଆଯାଇଥିଲା; ମୋ ବିରୁଦ୍ଧରେ ୩୬ଟି ମାମଲା ଅଛି।” ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଦାୟର ମାମଲା ଲଢ଼ିବା ପାଇଁ ତାଙ୍କୁ ପ୍ରତି ୧୦-୧୫ ଦିନରେ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ ଏବଂ ବିହାର ଭଳି ବିଭିନ୍ନ ରାଜ୍ୟ ଯାତ୍ରା କରିବାକୁ ପଡ଼ୁଛି ।
ରାହୁଲ ସିଧାସଳଖ ଭାବେ ମମତାଙ୍କୁ ଟାର୍ଗେଟ କରି କହିଛନ୍ତି ରାଜ୍ୟରେ ନିର୍ବାଚନ ସମୟରେ ଟିଏମସି ମୁଖ୍ୟଙ୍କୁ ଆକ୍ରମଣ କରନ୍ତି । “ବଙ୍ଗଳା ନିର୍ବାଚନ ସରିଯାଉ; ନରେନ୍ଦ୍ର ମୋଦି ମମତା ବାନାର୍ଜୀଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିବେ ନାହିଁ।” ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦୀ ଜାଣନ୍ତି ଯେ କେବଳ କଂଗ୍ରେସ ଦଳ ବିଜେପି ଏବଂ ଆରଏସଏସ ଏବଂ ସେମାନଙ୍କର ବିଚାରଧାରାକୁ ପରାସ୍ତ କରିପାରିବ, ତୃଣମୂଳ କଂଗ୍ରେସକୁ ନୁହେଁ।
ମମତା ବାନାର୍ଜୀ ଲୋକଙ୍କ କଲ୍ୟାଣ ଏବଂ ଆୟ ବୃଦ୍ଧି ପାଇଁ କିଛି ନକରିବାର ଅଭିଯୋଗ ଆଣି କଂଗ୍ରେସ ନେତା ହିନ୍ଦମୋଟର ନିକଟସ୍ଥ ବନ୍ଦ ହିନ୍ଦୁସ୍ତାନ ମୋଟର୍ସ କାରଖାନାକୁ ଇଙ୍ଗିତ କରିଥିଲେ। ସେ କହିଥିଲେ, “ବଙ୍ଗଳା ଦେଶର ଶିଳ୍ପର କେନ୍ଦ୍ର ଥିଲା, କିନ୍ତୁ ପ୍ରଥମେ ବାମ ମୋର୍ଚ୍ଚା ଏବଂ ତା’ପରେ ଟିଏମସି ସବୁକିଛି ନଷ୍ଟ କରିଦେଇଥିଲା।”ରାହୁଲ ଗାନ୍ଧୀ କହିଥିଲେ ଯେ ଟିଏମସି ସରକାର ସମୟରେ ହଜାର ହଜାର କୋଟି ଟଙ୍କାର ସାରଦା ଏବଂ ରୋଜ ଭ୍ୟାଲିଭଳି ଚିଟଫଣ୍ଡ ଘୋଟାଲା ହୋଇଥିଲା।



