ହରଭଜନଙ୍କୁ ଡବଲ୍‌ ଝଟ୍‌କା: ପଞ୍ଜାବ ସରକାର ହଟାଇଲେ ସୁରକ୍ଷା ବ୍ୟବସ୍ଥା

ଚଣ୍ଡିଗଡ଼: ପଞ୍ଜାବର ରାଜନୈତିକ ପାଣିପାଗ ଏବେ ବେଶ ସରଗରମ ରହିଛି। ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ସାମିଲ ହେବାର କିଛି ଦିନ ପରେ, ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ଏମ୍‌ପି ହରଭଜନ ସିଂଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ରବିବାର ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇଛି, ଯାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
ନିକଟରେ ହରଭଜନ ସିଂଙ୍କ ସମେତ ‘ଆପ୍‌’ର ୭ ଜଣ ଏମ୍‌ପି ଭାଜପାରେ ଯୋଗ ଦେଇଛନ୍ତି। ଏହା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ପାର୍ଟି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଏହି ଦଳ ବଦଳ ପରେ ’ଆପ’ କର୍ମୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶନିବାର ଦିନ ଲୁଧିଆନା ଏବଂ ଜାଲନ୍ଧରରେ ଆମ ଆଦମୀ ପାର୍ଟିର କର୍ମୀମାନେ ହରଭଜନ ସିଂ, ଅଶୋକ ମିତ୍ତଲ ଏବଂ ରାଜିନ୍ଦର ଗୁପ୍ତାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ସାଂସଦମାନଙ୍କ ଘର କାନ୍ଥରେ ସ୍ପ୍ରେ ପେଣ୍ଟରେ ’ଗଦ୍ଦାର’(ବିଶ୍ୱାସଘାତକ) ବୋଲି ଲେଖିବା ସହ ‘ପଞ୍ଜାବର ଗଦ୍ଦାର’ ସ୍ଲୋଗାନ ଦେଇଥିଲେ।
ସୂଚନା ଅନୁଯାୟୀ, ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂ, ରାଜେନ୍ଦ୍ର ଗୁପ୍ତା, ସ୍ବାତି ମାଲିୱାଲ ଏବଂ ବିକ୍ରମଜିତ ସାହନୀଙ୍କ ପରି ପ୍ରମୁଖ ନେତାମାନେ ଭାଜପାରେ ସାମିଲ ହୋଇଛନ୍ତି।
ତେସେୁରକ୍ଷା ହଟାଯିବା ଏବଂ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପଞ୍ଜାବ ଜନତାଙ୍କ ସହ ଏହି ଏମ୍‌ପିମାନେ ବିଶ୍ୱାସଘାତକତା କରିଥିବା ’ଆପ’ କର୍ମୀମାନେ ଅଭିଯୋଗ କରିଛନ୍ତି।

  • Related Posts

    ୧୭ରେ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ

    ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର…

    Continue reading
    କ୍ଷମା ମାଗିଲେ ଜୁକରବର୍ଗ

    ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗ ଡିପଫେକ୍ କଣ୍ଟେଣ୍ଟ ସମ୍ପର୍କରେ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ CSAM (ଶିଶୁ ଯୌନ ନିର୍ଯାତନା ସାମଗ୍ରୀ), ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମର କାର୍ଯ୍ୟକ୍ଷମ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସରକାର ସ୍ପଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ