ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ଲାଗିଲା ନିଆଁ; ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ସ୍ବିସ୍ ଏୟାର ବିମାନ। ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସ (SWISS) ବିମାନ LX147 ର ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। କିନ୍ତୁ, ପାଇଲଟ୍ଙ୍କ ସମୟୋଚିତ ସଚେତନତା ଯୋଗୁଁ ଉଡ଼ାଣ ବାତିଲ କରାଯାଇଥିଲା, ଯାହା ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା।ରିପୋର୍ଟ ଅନୁସାରେ, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସର ବିମାନ LX147, ଯାହାକି ଦିଲ୍ଲୀରୁ ଜୁରିଚ୍ ଅଭିମୁଖେ ଯାତ୍ରା କରିବାର ଥିଲା। ରନୱେରେ ପାଇଲଟ ବିମାନ ଉଡ଼ାଣ ଆରମ୍ଭ କରୁଥିଲେ। ସେହି ସମୟରେ, ବିମାନର ଗୋଟିଏ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା ଏବଂ ଏଥିରେ ନିଆଁ ଲାଗିଗଲା। ପରିସ୍ଥିତିର ଗମ୍ଭୀରତାକୁ ବୁଝି ପାଇ ପାଇଲଟ୍ ତୁରନ୍ତ ଉଡ଼ାଣ ବାତିଲ କରିଥିଲେ।

ଏହି ଘଟଣାରେ ଛଅ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ଅଘଟଣ ପରେ, ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ବ୍ୟବହାର କରି ତୁରନ୍ତ ଏବଂ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଏୟାରଲାଇନ୍ସ ଅନୁଯାୟୀ, କିଛି ଯାତ୍ରୀଙ୍କୁ ସିଡ଼ି ବ୍ୟବହାର କରି ବାହାରକୁ ଅଣାଯାଇଥିଲା, କାରଣ ସେମାନେ ସ୍ଲାଇଡ୍ ବ୍ୟବହାର କରିପାରି ନଥିଲେ। ଏହି ପ୍ରକ୍ରିୟା ସମୟରେ ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଥିଲା, କିନ୍ତୁ କ୍ରୁ ସଦସ୍ୟମାନେ ସଫଳତାର ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏୟାରବସ୍ A330 ବିମାନ LX147 ରାତି ୧:୦୮ ମିନିଟରେ ଉଡ଼ାଣ ଆରମ୍ଭ କରିବାର ଥିଲା କିନ୍ତୁ ଏହାର ଗୋଟିଏ ଇଞ୍ଜିନ୍ ବିଫଳ ହୋଇ ନିଆଁ ଲାଗିଯିବା କାରଣରୁ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ସୌଭାଗ୍ୟବଶତଃ, ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ବିମାନଟିରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ଚାରି ଜଣ ପିଲା ଥିଲେ।

  • Related Posts

    ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୋଦୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସୁସ୍ଥତା ଏବଂ…

    Continue reading
    ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ୍ କରାଯାଏ : ଟ୍ରମ୍ପ

    ନୂଆଦିଲ୍ଲୀ : ହ୍ୱାଇଟ୍ ହାଉସ୍‌ ରାତ୍ରୀଭୋଜନରେ ଗୁଳିମାଡ଼ ଘଟଣା ପରେ ଯେତେବେ​‌ଳେ ଟ୍ରମ୍ପଙ୍କୁ ପଚରାଯାଇଥିଲା ତାଙ୍କ ସହିତ ଏପରି ଘଟଣା ବାରମ୍ବାର କାହିଁକି ଘଟୁଛି ବୋଲି। ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର