ବିଳମ୍ବରେ ଚାଲିଛି ମୌସୁମୀ

ଭୁବନେଶ୍ୱର: ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍‌ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମେ’ ୨୬ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ପୂର୍ବାନୁମାନ କରିଥିଲା । କିନ୍ତୁ, ଏଯାଏଁ ମୌସୁମୀ ଆସିଲା ନାହିଁ । ଏପଟେ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ଆସନ୍ତା ୪-୫ ଦିନ ଭିତରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ।
ବର୍ତ୍ତମାନ ମୌସୁମୀ କେରଳ ଛୁଇଁବାର ସମ୍ଭାବ୍ୟ ସମୟ ଜୁନ୍‌ ୧ ରୁ ୪ ତାରିଖ । ବାୟୁମଣ୍ଡଳୀୟ ସଂଗଠନ ଯଦି ମନ୍ଥର ରହେ, ତେବେ ଏହା ଜୁନ୍‌ ୫ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚିଯାଇପାରେ । କେରଳରେ ମୌସୁମୀ ବିଳମ୍ବର ଅର୍ଥ ନୁହେଁ ଯେ ଓଡ଼ିଶାରେ ମଧ୍ୟ ସେତିକି ଦିନ ମୌସୁମୀ ଆଗମନ ଡେରି ହେବ । ଅତୀତର ଏଲ୍‌ନିନୋ ବର୍ଷଗୁଡ଼ିକରେ ଓଡ଼ିଶାରେ ମୌସୁମୀର ଅଗ୍ରଗତି କେରଳରେ ଏହାର ଆଗମନ ତାରିଖ ଅପେକ୍ଷା ବଙ୍ଗୋପସାଗରର ପାଣିପାଗ ପ୍ରକ୍ରିୟା ଦ୍ୱାରା ଅଧିକ ନିୟନ୍ତ୍ରିତ ହୋଇଥାଏ ।
ଆସନ୍ତା ଏକରୁ ଦୁଇ ସପ୍ତାହ ମଧ୍ୟରେ ଯଦି କେନ୍ଦ୍ରୀୟ କିମ୍ବା ଉତ୍ତର ବଙ୍ଗୋପସାଗରରେ ଏକ ସୁସଂଗଠିତ ଲଘୁଚାପ କ୍ଷେତ୍ର ବିକଶିତ ହୁଏ, ତେବେ ଓଡ଼ିଶାକୁ ମୌସୁମୀ ଆଗମନ ଅତି ଦ୍ରୁତ ହେବ । ଯଦି ବଙ୍ଗୋପସାଗରୀୟ ଖଣ୍ଡ ବିକ୍ଷିପ୍ତ ରହେ, ତେବେ ପରିବର୍ତ୍ତନ ପ୍ରକ୍ରିୟା ଧିମା ହେବ । ସ୍ଥିର ମୌସୁମୀ ବର୍ଷା ସ୍ଥାପିତ ହେବା ପୂର୍ବରୁ ମଝିରେ ମଝିରେ ବଜ୍ରପାତ ସହ ବର୍ଷା, ଗୁଳୁଗୁଳି ପାଗ ଏବଂ ସାମୟିକ ଶୁଷ୍କ ପାଗ ରହିବ । ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ରାଜ୍ୟରେ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇପାରେ । ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ଜାଗାରେ ଘଣ୍ଟା ପ୍ରତି ୫୦ରୁ ୭୦ କିମି ବେଗରେ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି ହୋଇଛି ।

  • Related Posts

    ହାଇଓ୍ବାକୁ ପଛରୁ ପିଟିଲା କାର୍, ୨ ମୃତ

    କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମ୍ଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତକ ହରିୟାଣାର ବୋଲି ଜଣାପଡିଛି।…

    Continue reading
    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ