ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼: ନୟାଗଡ଼ରେ ଛେନାପୋଡ଼ ତିଆରି କରି ଜିଲ୍ଲା, ରାଜ୍ୟ ତଥା ଦେଶବ୍ୟାପୀ ନୟାଗଡ଼ ଜିଲ୍ଲାର ସ୍ୱାଦିଷ୍ଟ ମିଷ୍ଟାନ୍ନ ଭାବେ ପରିଚୟ ସୃଷ୍ଟି କରାଇଥିବା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନଙ୍କ ପିତା ବିଦ୍ୟାଧର ସାହୁ ବୋଲି ଦାବି ଉଠୁଥିବା ବେଳେ ଏହି ବିବାଦ ମଧ୍ୟରେ ଛେନାପୋଡ଼ର ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ହୋଇଆସୁଥବା ଦାବି ଦୁର୍ବଳ ହୋଇଯାଇଛି । ଆଉ କୌଣସି ସଂଗଠନ ବା ବ୍ୟକ୍ତିବିଶେଷ ଏହି ସ୍ୱାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି ଉଠାଉ ନଥିବା ଲକ୍ଷ୍ୟ କରାଯାଇଛି । ଗତ ୨୦୨୩ରେ ନୟାଗଡ଼ରେ ସ୍ୱର୍ଗତ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ୍‌ଠାରେ ପ୍ରଥମ କରି ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଗଲା । ଛେନାପୋଡ଼ ନୟାଗଡ଼ର ବୋଲି ମାନ୍ୟତା ଦାବି କରି ୨୦୧୯ ଜୁନ୍‌ ୨୪ ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଅରୁଣ କୁମାର ମହାନ୍ତିଙ୍କ ଶାନ୍ତି ଚାରିଟେବୁଲ ଟ୍ରଷ୍ଟ୍‌ ନୟାଗଡ଼ରେ ଏକ ଦାବି ଉପସ୍ଥାପନ କରିଥିଲା । ସେହିଦିନଠାରୁ ଛେନାପୋଡ଼କୁ ନୟାଗଡ଼ରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସରକାର ମାନିନେବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି ।

୨୦୨୨ରେ ପ୍ରଥମେ ହେଲପିଙ୍ଗ୍‌ ହ୍ୟାଣ୍ଡସ୍‌ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇ ସମଗ୍ର ଦେଶକୁ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ବୋଲି ଦର୍ଶା ଯାଇଥିଲା । ପରେ ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଯଦିଓ ଛେନାପୋଡ଼ ନୟାଗଡ଼ ଜିଲ୍ଲାରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସମଗ୍ର ରାଜ୍ୟବାସୀଙ୍କ ଦ୍ୱାରା ମାନ୍ୟତା ପାଇଛି, ଆଜି ପର୍ୟ୍ୟନ୍ତ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଛେନାପୋଡ଼ ‘ଆଞ୍ଚଳିକ ଏବଂ ଭୌଗୋଳିକ ଉତ୍ପାଦନ’ ଭାବେ ସ୍ୱୀକୃତି ପାଇ ପାରି ନାହିଁ । ଏପଟେ ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ବେଳେ ତାଙ୍କ ଜନ୍ମମାଟି ଦଶପଲ୍ଲା ଅଞ୍ଚଳରେ ସୁଦର୍ଶନଙ୍କ ପିତା ସ୍ୱର୍ଗତ ବିଦ୍ୟାଧର ଛେନାପୋଡ଼ର ସ୍ରଷ୍ଟା ବୋଲି ଦଶପଲ୍ଲାବାସୀ ଦାବି କରି ଆସୁଛନ୍ତି । ଏଭଳି କନ୍ଦଳ ଭିତରେ ଛେନାପୋଡ଼ର ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି ଦୁର୍ବଳ ହୋଇଗଲାଣି । ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ପାଇସାରିଥିବା ବେଳେ ଆଜି ପର୍ୟ୍ୟନ୍ତ ଛେନାପୋଡ଼ ଏହି ମାନ୍ୟତା ହାସଲ କରିପାରିନାହିଁ । ତଥାପି ଶୁକ୍ରବାର ନୟାଗଡ଼ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏକ ପ୍ରସ୍ତୁତି ବୈଠକ କରି ଏହାର ପ୍ରଚାର ପ୍ରସାର କରିବା ସହ ଜିଲ୍ଲାର ପରିଚୟ ସୃଷ୍ଟି କରିଥିବା ଛେନାପୋଡ଼ ଦିବସକୁ ସବୁ ମହଲରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

  • Garvita Odia

    Related Posts

    ୧୯ଟି ମାଛର ଦାମ ୩୩ ଲକ୍ଷ

    ଭୋଗରାଇ : ମାଛ କରିଦେଲା ଲକ୍ଷପତି । ୧୯ଟି ମାଛର ଦାମ ୩୩ ଲକ୍ଷ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ଯାହାକୁ ଦେଖିବାକୁ ଦୀଘା ମୁହାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ…

    ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ

    ଭୁବନେଶ୍ୱର: ବର୍ଷେ ଅପେକ୍ଷା ପରେ ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ । ଗଣପର୍ବର ଆଜି ପହିଲି ରଜ । ପିଠା-ମିଠାର ବାସ୍ନାରେ ମହକୁଛି ଗାଁରୁ ସହର । ପାନ ଖିଲ ପାଟିରେ ମାରି, ଦୋଳି ଖେଳି ସମସ୍ତେ ରଜ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ