ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼: ନୟାଗଡ଼ରେ ଛେନାପୋଡ଼ ତିଆରି କରି ଜିଲ୍ଲା, ରାଜ୍ୟ ତଥା ଦେଶବ୍ୟାପୀ ନୟାଗଡ଼ ଜିଲ୍ଲାର ସ୍ୱାଦିଷ୍ଟ ମିଷ୍ଟାନ୍ନ ଭାବେ ପରିଚୟ ସୃଷ୍ଟି କରାଇଥିବା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନଙ୍କ ପିତା ବିଦ୍ୟାଧର ସାହୁ ବୋଲି ଦାବି ଉଠୁଥିବା ବେଳେ ଏହି ବିବାଦ ମଧ୍ୟରେ ଛେନାପୋଡ଼ର ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ହୋଇଆସୁଥବା ଦାବି ଦୁର୍ବଳ ହୋଇଯାଇଛି । ଆଉ କୌଣସି ସଂଗଠନ ବା ବ୍ୟକ୍ତିବିଶେଷ ଏହି ସ୍ୱାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି ଉଠାଉ ନଥିବା ଲକ୍ଷ୍ୟ କରାଯାଇଛି । ଗତ ୨୦୨୩ରେ ନୟାଗଡ଼ରେ ସ୍ୱର୍ଗତ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ୍‌ଠାରେ ପ୍ରଥମ କରି ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଗଲା । ଛେନାପୋଡ଼ ନୟାଗଡ଼ର ବୋଲି ମାନ୍ୟତା ଦାବି କରି ୨୦୧୯ ଜୁନ୍‌ ୨୪ ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଅରୁଣ କୁମାର ମହାନ୍ତିଙ୍କ ଶାନ୍ତି ଚାରିଟେବୁଲ ଟ୍ରଷ୍ଟ୍‌ ନୟାଗଡ଼ରେ ଏକ ଦାବି ଉପସ୍ଥାପନ କରିଥିଲା । ସେହିଦିନଠାରୁ ଛେନାପୋଡ଼କୁ ନୟାଗଡ଼ରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସରକାର ମାନିନେବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି ।

୨୦୨୨ରେ ପ୍ରଥମେ ହେଲପିଙ୍ଗ୍‌ ହ୍ୟାଣ୍ଡସ୍‌ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇ ସମଗ୍ର ଦେଶକୁ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ବୋଲି ଦର୍ଶା ଯାଇଥିଲା । ପରେ ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଯଦିଓ ଛେନାପୋଡ଼ ନୟାଗଡ଼ ଜିଲ୍ଲାରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସମଗ୍ର ରାଜ୍ୟବାସୀଙ୍କ ଦ୍ୱାରା ମାନ୍ୟତା ପାଇଛି, ଆଜି ପର୍ୟ୍ୟନ୍ତ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଛେନାପୋଡ଼ ‘ଆଞ୍ଚଳିକ ଏବଂ ଭୌଗୋଳିକ ଉତ୍ପାଦନ’ ଭାବେ ସ୍ୱୀକୃତି ପାଇ ପାରି ନାହିଁ । ଏପଟେ ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ବେଳେ ତାଙ୍କ ଜନ୍ମମାଟି ଦଶପଲ୍ଲା ଅଞ୍ଚଳରେ ସୁଦର୍ଶନଙ୍କ ପିତା ସ୍ୱର୍ଗତ ବିଦ୍ୟାଧର ଛେନାପୋଡ଼ର ସ୍ରଷ୍ଟା ବୋଲି ଦଶପଲ୍ଲାବାସୀ ଦାବି କରି ଆସୁଛନ୍ତି । ଏଭଳି କନ୍ଦଳ ଭିତରେ ଛେନାପୋଡ଼ର ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି ଦୁର୍ବଳ ହୋଇଗଲାଣି । ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ପାଇସାରିଥିବା ବେଳେ ଆଜି ପର୍ୟ୍ୟନ୍ତ ଛେନାପୋଡ଼ ଏହି ମାନ୍ୟତା ହାସଲ କରିପାରିନାହିଁ । ତଥାପି ଶୁକ୍ରବାର ନୟାଗଡ଼ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏକ ପ୍ରସ୍ତୁତି ବୈଠକ କରି ଏହାର ପ୍ରଚାର ପ୍ରସାର କରିବା ସହ ଜିଲ୍ଲାର ପରିଚୟ ସୃଷ୍ଟି କରିଥିବା ଛେନାପୋଡ଼ ଦିବସକୁ ସବୁ ମହଲରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

  • Related Posts

    ଖାଇବା ସମୟରେ ଏହି ଲକ୍ଷଣ ଦେଇଥାଏ କ୍ୟାନ୍ସରର ସଙ୍କେତ

    ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ…

    Continue reading
    ଏହି ଆଠଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

    ଅନେକ ସମୟରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବେ। ଯାହାକୁ ଆପଣ ଅଣଦେଖା କରିଥାଆନ୍ତି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇନଥାଆନ୍ତି, କିନ୍ତୁ ଏପରି କଲେ ଆପଣଙ୍କ ଯନ୍ତ୍ରଣା ଗୁରୁତର ହେବାର ଆଶଙ୍କା ରହିଛି। ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ