ବିହାର ,07।09:ଯେତିକି ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ ସେତିକି ବଢିବାରେ ଲାଗିଛି ଜାତୀୟ ଦଳଗୁଡିକର ରାଜନୈତିକ ଉଷ୍ମତା। ବିରୋଧୀ ମେଣ୍ଟରେ ୬ଟି ଦଳ- ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ, ସିପିଆଇ-ଏମଏଲ, ସିପିଆଇ, ସିପିଏମ ଓ ଭିଆଇପି ରହିଥିଲେ। ଏବେ ଜେଏମଏମ ଓ ଏଲଜେପି (ପାରସ) ଏଥିରେ ସାମିଲ ହୋଇଛନ୍ତି। ଏତିକିବେଳେ ଉଭୟ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ସିଟ୍ ଶେୟାରିଂ ଫର୍ମୁଲାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଶାସକ ମେଣ୍ଟରେ ଚିରାଗ ପାଶୱାନ, ଜିତେନ ରାମ ମାଞ୍ଝୀ ଓ ଉପେନ୍ଦ୍ର କୁଶୱା ଅଧିକ ସିଟ ମାଗୁଥିବାରୁ ସିଟ ଶେୟାରିଂ ଅଙ୍କ ଛିଡ଼ୁ ନାହିଁ। ଏସବୁ ଭିତରେ ବିରୋଧୀ ମେଣ୍ଟରେ ଆଉ ଦୁଇ ଦଳ- ହେମନ୍ତ ସୋରେନଙ୍କ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ପଶୁପତି ପାରସଙ୍କ ନେତୃତ୍ୱାଧୀନ ଏଲଜେପି ସାମିଲ ହୋଇଛନ୍ତି। କଂଗ୍ରେସ ଓ ସିପିଆଇ-ଏମଏଲ ପକ୍ଷରୁ ଅଧିକ ସିଟ ଦାବି କରାଯାଉଥିବା ବେଳେ ଆଉ ଦୁଇ ଦଳ ସାମିଲ ହେବା ସ୍ଥିତିକୁ ଆହୁରି ରୋଚକ କରିଛି। ଏମାନେ କେମିତି ସିଟ ଶେୟାରିଂ ଫର୍ମୁଲା ପ୍ରସ୍ତୁତ କରି ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି, ତା’ ଉପରେ ଏବେ ନଜର ରହିଛି।
ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍କେ ମେଣ୍ଟ
ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍କେ ମେଣ୍ଟ। ଲୋକ୍ ପୋଲ୍…




