
ଦେବଗଡ଼:ଦେବଗଡ଼ ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ.ବିଜୟ କେତନ ଉପାଧ୍ୟାୟ ଆଜି ଦେବଗଡ ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ତଥା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀ ଉପାଧ୍ୟାୟ ଯୋଗ ଦେଇ ଭୋଟରମାନଙ୍କଠାରୁ ଦାବି ଓ ଆପତ୍ତି ଦାଖଲ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ଏସଆଇଆର ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କବୀନ୍ଦ୍ର ସାହୁ ଜିଲ୍ଲାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ଉପଜିଲ୍ଲାପାଳ ପରିକ୍ଷିତ ସାହୁଙ୍କ ସମେତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହାପରେ ପର୍ଯ୍ୟବେକ୍ଷକ ଶ୍ରୀ ଉପାଧ୍ୟାୟ ତିଲେଇବଣି ବ୍ଲକର ସୁଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।ବୁଥ୍ ନମ୍ବର ୬୩,୬୪, ୭୦, ୭୨,୭୩, ୨୭୪, ୨୭୫ ଏବଂ ୨୭୬ର ଦାବି ଓ ଆପତ୍ତିର ଶୁଣାଣି ଚାଲିଥିଲା।ଏହି ଶୁଣାଣି ପ୍ରକ୍ରିୟାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ଉପାଧ୍ୟାୟ ଯୋଗ ଦେଇ ଭୋଟରମାନଙ୍କ ସହ ମତବିନିମୟ କରିଥିଲେ।




