ରାଜ୍ୟ ସାମାଜିକ ସୁରକ୍ଷା ଅଧିକାରୀ ସଂଘର ୮ ଦଫା ଦାବି ପତ୍ର ପ୍ରଦାନ

ଦେବଗଡ଼:ରାଜ୍ୟ ସାମାଜିକ ସୁରକ୍ଷା ଅଧିକାରୀ ସଂଘର ଦେବଗଡ ଜିଲ୍ଲା ଶାଖା ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ଆଲୋଚନା କରିବା ସହ ୮ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କନିଷ୍ଠ ସହାୟକମାନେ ଉପସ୍ଥିତ ଥିଲେ।ସେମାନଙ୍କ ଅଭିଯୋଗ ଅନୁଯାୟୀ,ବିଏସଏସଓମାନେ ନିଜର ମୂଳ ଏସସଇପିଡିବିଭାଗୀୟ କାର୍ଯ୍ୟ ସହିତ ଅନ୍ୟ ୫ଟି ଗୁରୁତ୍ଵପୂର୍ଣ୍ଣ ସରକାରୀ ବିଭାଗ ଯେପରି ପର୍ଯ୍ୟଟନ, ଅର୍ଥ(କ୍ଷୁଦ୍ର ସଞ୍ଚୟ),ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ନୋଡାଲ ଅଫିସର ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଥିବାରୁ ଅତ୍ୟଧିକ ପ୍ରଶାସନିକ ଚାପର ସାମ୍ନା କରୁଛନ୍ତି।ଏଭଳି ବହୁମୁଖୀ ଦାୟିତ୍ଵ ନିର୍ବାହ କରୁଥିଲେ ମଧ୍ୟ ସେମାନଙ୍କ ଦରମା ହାର ପେ-ସ୍କେଲ ଲେଭଲ୍ ୯ରେ ଅପରିବର୍ତ୍ତିତ ରହିଛି।ଅନ୍ୟ ସମକକ୍ଷ ବ୍ଲକସ୍ତରୀୟ ପଦଗୁଡ଼ିକ ଲେଭଲ୍ ୧୦ କିମ୍ବା ଲେଭଲ୍ ୧୧ରୁ ସୁବିଧା ପାଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।ଦରମା ହାର ଲେଭଲ୍ ୧୦କୁ ବୃଦ୍ଧି କରିବା,ତୁରନ୍ତ କ୍ୟାଡର ପୁନର୍ଗଠନ କରିବା ଏବଂ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ‘ପଞ୍ଚାୟତ ସାମାଜିକ ସୁରକ୍ଷା ସହାୟକ ନିଯୁକ୍ତି,ବାକିଥିବା ଏମଏସପି ପ୍ରଦାନ, ୨୦୧୪ ପୂର୍ବ କର୍ମଚାରୀଙ୍କ ପାଇଁ ନୋସନାଲ ଇନକ୍ରିମେଣ୍ଟ ମଞ୍ଜୁର,ଜୁନିୟର ଆସିଷ୍ଟାଣ୍ଟମାନଙ୍କ ପଦୋନ୍ନତି,ପ୍ରୋଗ୍ରାମ ଆସିଷ୍ଟାଣ୍ଟମାନଙ୍କ ସମସ୍ୟାର ସଂସ୍ଥାଗତ ସମାଧାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ