
-ଗାର୍ଡ ଅଫ୍ ଅନର ପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା
ଭୁବନେଶ୍ବର: ଦିଲ୍ଲୀ ଏମ୍ସରେ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ । ମଙ୍ଗଳବାର ଓଡ଼ିଶା ଆସିବ ମରଶରୀର । ସକାଳ ୯ଟା ୧୫ରେ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବ ମରଶରୀର । ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହାପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା ।
ଡା ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ। ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ଅକ୍ଟୋବର ୫ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ଦେହାନ୍ତ ହୋଇଥିବାବେଳେ ସାରା ରାଜ୍ୟରେ ଖେଳିଯାଇଛି ଶୋକର ଛାୟା ।ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣି ଦେଇଥିଲା।୧୯୫୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିବା ଡା.ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ।ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ,ନୂଆଦିଲ୍ଲୀରୁ ନ୍ୟୁରୋସର୍ଜରିରେ ଏମ୍ଏସ୍ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।




