
ବରଗଡ଼: ବନ୍ଧା ହେଲେ ବରଗଡ଼ ଜିଲ୍ଲା ଡିଇଓ ଏବଂ ସଦର ବିଇଓ । ମହିଳା ସିଆରସିସିଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ମୋଟ୍ ୩ଜଣଙ୍କୁ ଗିରଫ କରିଛି ବରଗଡ଼ ପୁଲିସ । ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତି ସାହୁ ଓ ସହର ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ଖେଳ ଶିକ୍ଷକ ସମୀର ପାଣିଗ୍ରାହୀ ବନ୍ଧା ହୋଇଛନ୍ତି । ସେମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିବ ପୁଲିସ ।
ସୂଚନା ଅନୁଯାୟୀ, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା । ସଦର ବିଇଓ ନିଜ କାର୍ୟ୍ୟାଳୟକୁ ଡାକି ସିଆରସିସିଙ୍କୁ ଯୌନ ନିର୍ୟାତନା ଦେଇଥିଲେ । ଏନେଇ ମହିଳା ଜଣଙ୍କ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ । ତାଙ୍କ ଏଫଆଇଆର୍ ଆଧାରରେ ପୁଲିସ ବୁଧବାର ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଆଜି ତିନି ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିବ । ପ୍ରକାଶ ଥାଉକି, ସମ୍ପୃକ୍ତ ସିଆରସିସି ଜଣକ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ପ୍ରଶାସନିକ ସ୍ତରରେ ବି ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି ।
